ଜାତୀୟସ୍ତରର ସୁନ୍ଦରୀ ଶ୍ରୀମତୀ ପ୍ରତିଯୋଗିତାରେ ଚମକିଲେ ବ୍ରହ୍ମପୁରର ରାମେଶ୍ୱରୀ ନନ୍ଦ

ଫାଇନାଲ୍‌କୁ ଉନ୍ନୀତ, ଲକ୍ଷ୍ୟ ଟାଇଟଲ୍‌

ଜାତୀୟସ୍ତରର ସୁନ୍ଦରୀ ଶ୍ରୀମତୀ ପ୍ରତିଯୋଗିତାରେ ଚମକିଲେ ବ୍ରହ୍ମପୁରର ରାମେଶ୍ୱରୀ ନନ୍ଦ

ବ୍ରହ୍ମପୁର: ମୁମ୍ବାଇ ଗ୍ଲୋବାଲ୍‌ କ୍ଲବ ପକ୍ଷରୁ ଚଳିତବର୍ଷ ଆୟୋଜିତ ମିସେସ୍‌ ଇଣ୍ଡିଆ (ସୁନ୍ଦରୀ ଶ୍ରୀମତୀ) ପ୍ରତିଯୋଗିତାରେ ଭାଗ ନେଇଥିଲେ ବ୍ରହ୍ମପୁରର ଅନନ୍ତ ନଗରରେ ରହୁଥିବା ରାମେଶ୍ୱରୀ ନନ୍ଦ। ତେବେ କରୋନା ପାଇଁ ଅନ୍‌ଲାଇନ୍‌ରେ ହିଁ ପ୍ରତିଯୋଗୀମାନଙ୍କର ସୌନ୍ଦର୍ଯ୍ୟ, ବୁଦ୍ଧିମତା, ବେଶଭୂଷା ଏବଂ କଳାକୁଶଳତାକୁ ବିଚାରକମାନେ ପରଖି ଫାଇନାଲ୍‌ ପାଇଁ ୧୫ଜଣଙ୍କୁ ମନୋନୀତ କରିଥିଲେ। ରାମେଶ୍ୱରୀ ପ୍ରତ୍ୟେକ କ୍ଷେତ୍ରରେ ନିଜର ଉତ୍କୃଷ୍ଟତା ପ୍ରତିପାଦନ କରି ବିଚାରକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲେ ଏବଂ ଫାଇନାଲ୍‌ ପାଇଁ ମନୋନୀତ ହୋଇଥିବା ପ୍ରକାଶ କରିଛନ୍ତି। ଆସନ୍ତା ମାସ (ଡିସେମ୍ବର)ରେ ଫାଇନାଲ୍‌ ପ୍ରତିଯୋଗିତା (ଅଫ୍ଲାଇନରେ)ଅନୁଷ୍ଠିତ ହେବ। ସେଥିପାଇଁ ମୁମ୍ବାଇ ଯିବାକୁ ପଡ଼ିବ। ଏ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇ ନଥିବା ସୂଚନା ଦେଇଛନ୍ତି।

publive-image

ରାମେଶ୍ୱରୀଙ୍କର ପିଲା ବେଳୁ ନାଚଗୀତ ପ୍ରତି ଦୁର୍ବଳତା ରହିଛି। ସେଥିପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି। କଳାଞ୍ଜଳି ନାମରେ ଏକ ସାଂସ୍କୃତି ଅନୁଷ୍ଠାନ ମଧ୍ୟ ଗଢ଼ିଛନ୍ତି। ସେଥିରେ କୋମାଳମତି ପିଲାମାନଙ୍କୁ ଓଡ଼ିଶୀ ସମେତ ଆଧୁନିକ ନୃତ୍ୟରେ ତାଲିମ ଦିଆଯାଉଛି। ଏଥିସହ ସେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକତା ମଧ୍ୟ କରୁଛନ୍ତି। ତେବେ ପ୍ରଥମ ଥର ପାଇଁ ମିସେସ୍‌ ଇଣ୍ଡିଆ ଭଳି ଏକ ଜାତୀସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫାଇନାଲକୁ ଉନ୍ନୀତ ହୋଇ ପାରିଥିବାରୁ ବେଶ୍‌ ଉତ୍ସାହିତ ଅଛନ୍ତି। ଫାଇନାଲ୍‌ରେ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଟାଇଟଲ୍‌ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe