୫୦୦୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପାରଳାଖେମୁଣ୍ଡି ବନ କ୍ଷେତ୍ରପାଳ

Advertisment
୫୦୦୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପାରଳାଖେମୁଣ୍ଡି ବନ କ୍ଷେତ୍ରପାଳ

ଆର. ଉଦୟଗିରି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତଗର୍ତ ରାମଗିରି ବନ କ୍ଷେତ୍ରପାଳ ଦିବାକର ଲେଙ୍କା ଆଜି ୫୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଜଣାଯାଇଛି। ଦିବାକର ଲେଙ୍କାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗିରଫ କରିଛି।

ସୂଚନା ଅନୁସାରେ ରାମଗିରି ବନଖଣ୍ଡ ଅନ୍ତର୍ଗତ ମଙ୍ଗରାଜପୁର ଗାଁର କୃଷ୍ଣଚନ୍ଦ୍ର କାର୍ଜି ନିଜ ଘର ବାଡ଼ି ପଟରେ କିଛି ସାଗୁଆନ ଗଛ ଲଗାଇଥିଲେ। ଏଗୁଡ଼ିକ ବଡ଼ ହୋଇଯାଇଥିଲା। କିନ୍ତୁ ଗତବର୍ଷ ତିତ୍‌ଲି ବାତ୍ୟା ସମୟରେ କିଛି ସାଗୁଆନ୍‌ ଗଛଗୁଡ଼ିକ ଢଳି ପଡ଼ିଥିଲା। ତେଣୁ ଢଳିପଡ଼ିଥିବା ସାଗୁଆନ ଗଛ ନିଜର ଭାବି କୃଷ୍ଣଚନ୍ଦ୍ର ଏଗୁଡ଼ିକ ଖଣ୍ଡଖଣ୍ଡ କରି କାଟିଥିଲେ ଏବଂ ଘର କାମରେ ବ୍ୟବହାର କରିବାକୁ ଚାହୁଁଥିଲେ।

ତେବେ କୌଣସି ସୂତ୍ରରୁ ବନ କ୍ଷେତ୍ରପାଳ ଦିବାକର ଲେଙ୍କା ସୂଚନା ପାଇ କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ମଙ୍ଗରାଜପୁର ଘରକୁ ପହଞ୍ଚିଥିଲେ। ଏବଂ ସାଗୁଆନ ଗଛଗୁଡ଼ିକରେ ସରକାରଙ୍କ ଅଧିକାର ଅଛି ବୋଲି ଧମକ ଦେଇଥିଲେ। ଶେଷରେ କଥା ଲାଞ୍ଚ ଆଡ଼କୁ ଯାଇଥିଲା। ଏବଂ ୫୦୦୦ ଟଙ୍କାରେ କଥା ଛିଣ୍ଡିଥିଲା। ଲାଞ୍ଚ ମାଗିବା ନେଇ କୃଷ୍ଣଚନ୍ଦ୍ର ଘଟଣା ସଂପର୍କରେ ଭିଜିଲାନ୍ସ ବିଭାଗକୁ ସୂଚନା ପ୍ରଦାନ କରିଥିଲେ।

ଯୋଜନା ଅନୁସାରେ ଦିବାକର ଲେଙ୍କାଙ୍କୁ ଲାଞ୍ଚ ଟଙ୍କା ଦେବା ପାଇଁ ଆଜି କୃଷ୍ଣଚନ୍ଦ୍ର ତାଙ୍କର କାର୍ଯ୍ୟାଳୟକୁ ଯାଇଥିଲେ। ସେ ଲାଞ୍ଚ ଟଙ୍କା ଦେଇ ଫେରିଆସିବା ପରେ ଭିଜିଲାନ୍ସ ବିଭାଗ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଯାଞ୍ଚ ବେଳେ ନାଲି ରଙ୍ଗ ବୋଳାଯାଇଥିବା ୫୦୦୦ ଟଙ୍କା ମିଳିଥିଲା। ଏହା ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଫରେଷ୍ଟର କୃଷ୍ଣଚନ୍ଦ୍ର ଲେଙ୍କାଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe