ମ୍ୟାନେଜମେଣ୍ଟ ଡିଗ୍ରି ଧାରୀ ଯୁବକ ଏବେ ସଫଳ ଚାଷୀ

Advertisment

ନିଜ ଉଦ୍ୟମରେ ସ୍ବାବଲମ୍ବୀ ହୋଇ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଲେ

ନିଜ ଉଦ୍ୟମରେ ସ୍ବାବଲମ୍ବୀ ହୋଇ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଲେ

ମ୍ୟାନେଜମେଣ୍ଟ ଡିଗ୍ରି ଧାରୀ ଯୁବକ ଏବେ ସଫଳ ଚାଷୀ

ଦେବଗଡ଼: ଜଣେ ମ୍ୟାନେଜମେଣ୍ଟ ଡିଗ୍ରି ଧାରୀ ଯୁବକ ଉଚ୍ଚ ଶିକ୍ଷା ହାସଲ ପରେ ଚାକିରି ପଛରେ ନଧାଇଁ ନିଜ ଉଦ୍ୟମରେ ସଫଳ ଚାଷୀ ହେବା ସହ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ଏଥିସହ ଅନ୍ୟମାନଙ୍କ ପାଇଁ କର୍ମ ନିଯୁକ୍ତି ଦେଇ ଅଞ୍ଚଳର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇଛନ୍ତି । ମାତ୍ର କେଇ ହଜାର ଟଙ୍କାର କମ୍ପାନି ଚାକିରି ଛାଡି ନିଜ ଗାଁ ମାଟିରେ କଦଳୀ ଚାଷକରି ନିଜେ ରୋଜଗାରକ୍ଷମ ହେବା ସହ ଅଞ୍ଚଳର ଚାହିଦାକୁ ପୂରଣ କରିବାରେ ସଫଳ ହୋଇଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ ।

ପ୍ରାୟ ୫ ଏକର ଜମିରେ କଦଳୀ ଚାଷ କରିଛନ୍ତି ଉଚ୍ଚଶିକ୍ଷିତ ବାରକୋଟ ବ୍ଲକ ବଲଣ୍ଡା ପଞ୍ଚାୟତ ଅକ୍ଷରଶୀଳା ଗ୍ରାମର ରଣଦୀପ ପ୍ରଧାନ । ପ୍ରଥମେ ସେ ମାର୍କେଟିଂ ଓ ମାନବ ସମ୍ବଳ ବିଷୟରେ ମାଷ୍ଟର ଡିଗ୍ରୀ ପରେ ଚାକିରି କରୁଥିଲେ । ହେଲେ ଏଥିରେ ମନ ଲାଗୁ ନଥିଲା । ନିଜେ କିଛି କରିବେ ସେଇ ଆଶାରେ ଗାଁକୁ ଫେରିଆସି କଦଳୀ ବଗିଚା ଆରମ୍ଭ କରିଥିଲେ ।

ପ୍ରାଥମିକ ପର୍ଯ୍ୟାୟରେ ଚାଷରେ ସଫଳତା ପରେ ଏହାକୁ ବଢ଼ାଇବାକୁ ସେ ସ୍ଥିର କଲେ । ଆଉ ଏଥିପାଇଁ ଉଦ୍ୟାନ ବିଭାଗ ତାଙ୍କୁ ସହାୟତା ଯୋଗାଇଲା । କଦଳୀ ପୁଆ ଯୋଗାଇବା ସହ ଆବଶ୍ୟକ ଜ୍ଞାନ ମଧ୍ୟ ପ୍ରଦାନ କଲେ ବିଭାଗର ଅଧିକାରୀ । ଏହାସହ ଜଳସେଚନ ପାଇଁ ଉଠା ଜଳ ସେଚନ ବିଭାଗ ସହାୟତାରେ ଏକ ଭୂତଳ ଉଠାଜଳ ପଏଂଟ ମଧ୍ୟ ସ୍ଥାପନ କରିଛନ୍ତି ରଣଦୀପ ।

ରଣଦୀପ ଏହି ଚାଷରୁ ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ମଧ୍ୟ ରୋଜଗାର ଯୋଗାଇଛନ୍ତି । ତାଙ୍କ କଦଳୀ ବଗିଚାରେ କିଛି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିଛି । ଏହି କଦଳୀ ବଗିଚାରୁ ରଣଦୀପ ବାର୍ଷିକ ୬-୭ ଲକ୍ଷ ଟଙ୍କାର ବ୍ୟବସାୟ କରିବା ସହ ୩ରୁ୪ ଲକ୍ଷ ଟଙ୍କା ଯାଏଁ ଲାଭ ଲାଭ କରିପାରୁଛନ୍ତି । ଚାଷ ପାଇଁ ଧୀରେ ଧୀରେ ଲୋକଙ୍କ ମନରେ ଆଗ୍ରହ କମୁଥିବା ବେଳେ ରଣଦୀପ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଚାଷ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe