ଭିଟାମ‌ାଟି ହରାଇବେ ରଙ୍ଗମାଟିଗୁଡାବାସୀ

Advertisment
ଭିଟାମ‌ାଟି ହରାଇବେ ରଙ୍ଗମାଟିଗୁଡାବାସୀ

Sambad

କୋରାପୁଟ: କୋରାପୁଟ ଜିଲ୍ଲା ଦେଇ ଯାଉଥିବା ଭାରତମାଳା ପରିଯୋଜନା ନାହିଁ ନ ଥିବା ବିସ୍ଥାପନ ଆଣିବ। ଖାଲି ଯେ ବିସ୍ଥାପନ ଦୁଃଖ ଆଣିବ ତାହା ନୁହେଁ, ୭୦ରୁ ଅଧିକ ଗାଁର ଲୋକ କୋଟି କୋଟି ଟଙ୍କାର ଭିଟାମାଟି ହରାଇବେ। ଏହି ଗାଁ ମଧ୍ୟରୁ କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଗୁଡା ଅନ୍ୟତମ। ଏହି ଗାଁରେ ୧୮ଟି ଆଦିବାସୀ, ମାଳି ସମ୍ପ୍ରଦୟର ପରିବାର ରହୁଛନ୍ତି। ୩୨ ବର୍ଷ ତଳେ ଏହି ଗାଁ ସେଠାରେ ରହିଥିଲା। ଏହି ପରିବାର ମଧ୍ୟରୁ ଭଗବାନ ବୁରୁଡିଙ୍କ ପରିବାର କୋଲାବ ବିସ୍ଥାପନର ଦୁଃଖ ଭୋଗିଥିଲା।

ତାଙ୍କ ବାପା ବୁଡି ଅଞ୍ଚଳ ଭାବେ ଜଣାଶୁଣା ଲିଟିଗୁଡାରୁ ଆସି ଏହିଠାରେ ରହୁଛନ୍ତି। ତେବେ ସରକାରଙ୍କ ନିୟମ ଅନୁସାରେ କେହି ବି ଦୁଇଦୁଇ ଥର ବିସ୍ଥାପନ ଦୁଃଖ ଦେଖିବେନି। କିନ୍ତୁ ଏହି ଗାଁରେ ରହୁଥିବା ଭଗବାନ ଏହି ଦୁଃଖ ଭୋଗିବେ। ତାଙ୍କର ଘର ଓ ଜମି ଯାଉଛି। ଜମି ବଦଳରେ ଜମି ଓ ଘର ବଦଳରେ ଘର ସେ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe