ଜୁଆ ଆଡ୍ଡା ଚଢ଼ାଉ ବେଳେ ପୁଲିସକୁ ମାଡ଼; ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଆହତ

ଜୁଆ ଆଡ୍ଡା ଚଢ଼ାଉ ବେଳେ ପୁଲିସକୁ ମାଡ଼; ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମେରାମାହା ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଥିବା ବେଳେ ଗ୍ରାମବାସୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ଆକ୍ରମଣରେ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ଆହତ ହୋଇଛନ୍ତି। ଆହତ ଥାନା ଅଧିକାରୀଙ୍କ ନାମ ରଂଜିତ କୁମାର ମୁନି । ଏହି ଘଟଣା‌ରେ ସମ୍ପୃକ୍ତ ଥିବା ୬ଜଣ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, କୁମାର ପୂର୍ଣ୍ଣମୀ ଅବସରରେ ମେରାମାହା ଗାଁ ଦାଣ୍ଡରେ ଜୁଆଖେଳ ଚାଲିଥିବା ସମ୍ପର୍କରେ ପୁଲିସ ବିଶେ‌ଷ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଉକ୍ତ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଥିଲା । ଏଥିରେ ଅତିଷ୍ଠ ହୋଇ ଗ୍ରାମବାସୀ ସଙ୍ଘବଧ ଭାବେ ପୁଲିସ ଉପରକୁ ଆକ୍ରମଣ କରିବା ସହିତ ଗାଡି ଭଙ୍ଗାରୁଜା କରିଥିଲେ।

ଗ୍ରାମବାସୀଙ୍କ ମାଡ଼ରେ ଥାନା ଅଧିକାରୀ ରଂଜିତ କୁମାର ମୁନି ଆହତ ହୋଇଥିବା ଜଣାପଡିଛି l ଗିରଫ ଭୟରେ ମେରାମାହା ଗାଁ ଜନଶୂନ୍ୟ ହୋଇଯାଇଥିବା ବେଳେ କେତେକ ଲୋକ ଜଙ୍ଗଲ ଭିତରେ ଲୁଚି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe