ସଜ୍ଜା ହେବା ଭୟରେ ଖୋର୍ଦ୍ଧା କୋର୍ଟ ପରିସରରୁ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଫେରାର

Advertisment
ସାଉଣ୍ଡ ମେସିନ ଚୋରି, ୩ ଗିରଫ

Image Courtesy of India Today

ଖୋର୍ଦ୍ଧା: ସଜ୍ଜା ହେବା ଭୟରେ ଶନିବାର ଖୋର୍ଦ୍ଧା କୋର୍ଟ ପରିସରରୁ ଜଣେ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଆଜି ଅପରାହ୍‌ଣରେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି। ଫେରାର ଅଭିଯୁକ୍ତର ନାମ ସୁକାନ୍ତ ନାୟକ।

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ନିବାସୀ ସୁକାନ୍ତ ନାୟକ ନାମରେ ପୋକ୍‌ସୋ କୋର୍ଟରେ ମାମଲା ବିଚାରାଧୀନ ଥିଲା। ଦୁଇ ବର୍ଷ ହେଲା ସେ ଭୁବନେଶ୍ବରସ୍ଥିତ ଝାଡ଼ପଡ଼ା ଜେଲ୍ଲ୍‌ରେ ଥିଲା। ଆଜି ଆଇଓ ସାକ୍ଷୀ ଥିଲା। ତେଣୁ ସଜ୍ଜା ହେବା ଭୟରେ ପୁଲିସକୁ ଚକମା ଦେଇ ଫେରାର୍‌ ହୋଇଯାଇଥିଲା। କମିସନରେଟ ପୁଲିସ ଓ ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ ଛାନ୍‌ଭିନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe