ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ, ୪ ମାସ ପରେ ଅଭିଯୁକ୍ତ ଜେଲ୍‌ ଗଲା

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ, ୪ ମାସ ପରେ ଅଭିଯୁକ୍ତ ଜେଲ୍‌ ଗଲା

ଲରମ୍ଭା: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଲରମ୍ଭା ଥାନା କାଦୋପାଣି ଗାଁର ଅଭିଯୁକ୍ତ ବୁଦ୍ଧରାଜ କନ୍ଧପାଣି ଓରଫ ରବି (୨୦)କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ନାବାଳିକାକୁ ବୁଦ୍ଧରାଜ ବିବାହର ପ୍ରତିଶ୍ରୁତି ଦେଇ ଗତ ମାର୍ଚ୍ଚ ମାସ ୧୨ ତାରିଖ ଦିନ ଅପହରଣ କରି ନେଇଥିଲା। ଏନେଇ ନାବାଳିକାର ବାପା ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ନାବାଳିକା ଓ ରବି ବେଙ୍ଗାଲୁରୁରେ ଥିବା ଜାଣି ପାରିଥିଲା। ପୁଲିସ ପରିବାର ଲୋକଙ୍କୁ ନେଇ ଗତ ୧୮ତାରିଖ ଦିନ ବେଙ୍ଗାଲୁରୁ ଯାଇ ୨୦ ତାରିଖ ଦିନ ଉଭୟଙ୍କୁ ପାଟଣାଗଡ଼ ଥାନାକୁ ଆଣିଥିଲା ବୋଲି ଏସ୍‌ଆଇ ସଂଯୁକ୍ତା ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe