ନାବାଳିକା ଝିଆରିକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ ୨୦୧୮ ନଭେମ୍ବର ମାସରେ ଘଟିଥିବା ବହୁ ଚର୍ଚ୍ଚିତ ଦୁଷ୍କର୍ମ ମାମଲାର ଶୁଣାଣି ଶନିବାର ପୋକ୍ସୋ କୋର୍ଟରେ ହୋଇଯାଇଛି। ନାବାଳିକା ଝିଆରିକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କୋର୍ଟ ଗୋବିନ୍ଦପୁର ଥାନା ଜଙ୍ଗଲପଡ଼ାର ଚଂପା ମୁଣ୍ଡା(୬୦)କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୧ ବର୍ଷ ଜେଲ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାକୁ ସରକାରୀ ଓକିଲ ବସନ୍ତ ମିଶ୍ର ଏବଂ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ।

ସୂଚନା ଅନୁଯାୟୀ, ୨୦୧୮ ମସିହା ନଭେମ୍ବର ୨୩ ତାରିଖ ଦିନ ୫ ବର୍ଷୟା ନାବାଳିକା ନିଜ ଘରେ ଏକା ଥିବା ସମୟରେ ଚଂପା ତାଙ୍କୁ ଭାତ ମାଂସ ଖାଇବାକୁ ଘରକୁ ଡାକି ଆଣିଥିଲା। ତାପରେ ତାକୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ କାନ୍ଦି କାନ୍ଦି ଘରକୁ ଫେରିବା ସହ ମାଆଙ୍କୁ ସବୁକଥା ଜଣାଇଥିଲେ। ଗୋବିନ୍ଦପୁର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ନାବାଳିକା ଦୁଷ୍କର୍ମ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ମାମଲାର ରାୟ ଶନିବାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe