ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଂଚଳରେ ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ରବିବାର ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଯୁବକର ନାମ ହେଲା କୃଷ୍ଣ ବାଘ। କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶନିବାର ଗର୍ଭବତୀ ଛାତ୍ରୀ ଓ ତାଙ୍କ ବାପା-ମା’ଙ୍କ ସହ ଆଲୋଚନା କରିବା ପରେ ପ୍ରଥମେ ଡାକ୍ତରଖାନା ଆଣି ପରୀକ୍ଷା କରିଥିଲେ। ପରେ ଥାନାରେ ଅଭିଯୋଗ କରିଥିଲେ।
ଆଶ୍ରମ ସ୍କୁଲର ଛାତ୍ରୀ ଏବେ ସାତ ମାସର ଗର୍ଭବତୀ ହେବା ପରେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଅଥବା ଅଭିଭାବକ ଟିକିଏ ହେଲେ ସୁରାକ ପାଇ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଅଭିଯୋଗକୁ ଆଧାରକରି ଲକ୍ଷ୍ମୀପୁର ପୁଲିସ ପୋକ୍ସୋ ମାମଲା ଅନୁଯାଇ ଯୁବକକୁ ଗିରଫ କରିବା ସହ ଡାକ୍ତରି ମାଇନା କରିବା ପରେ କୋର୍ଟ ଚାଲାଣ କରିଥିବା ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନୀ ନାୟକ ସୂଚନା ଦେଇଛନ୍ତି।
Follow Us