ନାବାଳିକା ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରିଥିବା ଯୁବକ ଗିରଫ, ପିଆରଏମରେ ଚିକିତ୍ସାଧୀନ ଅଛନ୍ତି ଛାତ୍ରୀ

Advertisment
ନାବାଳିକା ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରିଥିବା ଯୁବକ ଗିରଫ, ପିଆରଏମରେ ଚିକିତ୍ସାଧୀନ ଅଛନ୍ତି ଛାତ୍ରୀ

ବାରିପଦା: ଜଣେ ନାବାଳିକା ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରିଥିବା ଅଭିଯୋଗରେ ବାରିପଦା ଟାଉନ୍‌ ଥାନା ପୁଲିସ୍‌ ରାଜେଶ ବାଙ୍କରା (୩୦) ନାମକ ଜଣେ ଯୁବକକୁ ଗିରଫ କରିଛି। ଘାଗରବେଡ଼ା ଥାନା ଅଞ୍ଚଳର ଅଭିଯୁକ୍ତ ରାଜେଶ ପୀଡ଼ିତା ନାବାଳିକାଙ୍କୁ କରୋନାଜନିତ ଲକ୍‌ଡାଉନ ଆରମ୍ଭ ହେବା ସମୟରେ ହିଁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ପୂର୍ବରୁ ବିବାହିତ ଥିଲେ। ମାତ୍ର ଏବେ ତାଙ୍କ ପତ୍ନୀ ତାଙ୍କ ସହିତ ରହୁନଥିବା ଜଣାପଡ଼ିଛି। ଏକ ଆଶ୍ରମ ସ୍କୁଲ୍‌ରେ ପଢୁଥିବା ପୀଡ଼ିତା ଲକ୍‌ଡାଉନ ଆରମ୍ଭରୁ ସ୍କୁଲ୍‌ ଛୁଟି ସମୟରେ ଘରକୁ ଫେରୁଥିବା ବେଳେ ନିଜ ସମ୍ପର୍କୀୟାଙ୍କ ଘରେ ପ୍ରାୟ ୧୫ ଦିନ ରହିଥିଲେ। ସେହି ରହଣୀ ଭିତରେ ହିଁ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ ପୀଡିତାଙ୍କ ବୟସ ୧୭ବର୍ଷ। ସେ ଅନ୍ତଃସତ୍ତ୍ୱା ଅବସ୍ଥାରେ ବାରିପଦାସ୍ଥିତ ପିଆରଏମ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ବାରିପଦା ଟାଉନ୍‌ ଥାନା ପକ୍ଷରୁ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଛି। ଅଭିଯୁକ୍ତ ସହିତ ପୀଡିତାଙ୍କ ବିବାହ କରିବାକୁ ପରିବାର ପକ୍ଷରୁ ଉଦ୍ୟମ କରାଯାଇଥିଲା। ମାତ୍ର ଅଭିଯୁକ୍ତ ଏଥିରେ ରାଜି ନହେବାରୁ ଥାନାରେ ଏତଲା ଦିଆଯାଇଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe