ଏକାଧିକ ଦିନ ଦୁଷ୍କର୍ମ ପରେ ପୀଡ଼ିତାଙ୍କ ମୃତ୍ୟୁ ମାମଲା,ତିନିଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ

ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ପଦ୍ମ ପୁରସ୍କାର ବିଜେତା

Eastern Lead Express News

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗ ଝାଲିଆମାରା ଗ୍ରାମର ଜନୈକା ନାବାଳିକାଙ୍କୁ ଦୀର୍ଘ ପାଞ୍ଚ ଦିନ ଧରି ଦୁଷ୍କର୍ମ ହେବା ଏବଂ ପରେ କଟକ ବଡମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ନାବାଳିକାଙ୍କର ମୃତ୍ୟୁ ମାମଲାରେ ପୁଲିସକୁ ମିଳିଛି ବଡ଼ ପ୍ରମାଣ। ଏହି ଦୁଷ୍କର୍ମରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ପୁଲିସ ହାତରେ ବଳିଷ୍ଠ ତଥ୍ୟ ପ୍ରମାଣ ଲାଗିଥିବା ଜଣାପଡ଼ିଛି। ନାବାଳିକାଙ୍କ ଅଭିଯୋଗ ଅନୁସାରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରଙ୍ଗାମାଟିଆ ଅଞ୍ଚଳର ମୁନୁ ଚପିଆରଙ୍କ ପୁଅ ବାହାଦୂର ଚାପିଆର(୨୦) ଗିରଫ ହୋଇଛି। ତେବେ ଗିରଫ ବାହାଦୂରକୁ ପୁଲିସ ୩ ଦିନିଆ ରିମାଣ୍ଡ୍ରେ ଆଣିଛି। ଗତକାଲିଠାରୁ ଦୁଇ ଦିନିଆ ରିମାଣ୍ଡ୍ରେ ଆସିଥିବା ଅଭିଯୁକ୍ତର ରିମାଣ୍ଡ ଅବଧି ଦିନକ ପାଇଁ ବୃଦ୍ଧି କରାଯାଇଛି। ଏସ୍ପି ସ୍ମିତ୍ ପି ପରମାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଘଟଣାର ତଦନ୍ତ ଭାର ନେବା ପରେ ଦୁଷ୍କର୍ମ ମାମଲା ଗଣଦୁଷ୍କର୍ମରେ ପରିଣତ ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି। ତଦନ୍ତ ପ୍ରକ୍ରିୟାରେ ମଧ୍ୟ ଯଥେଷ୍ଟ ଅଗ୍ରଗତି ଘଟିଛି। ଅଭିଯୁକ୍ତ ନିକଟରୁ ବେଶ କିଛି ତଥ୍ୟ ମିଳିଛି। ଖୁବ୍ଶୀଘ୍ର ଏହି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବବୋଲି ପୁଲିସ ପକ୍ଷରୁ ପ୍ରକାଶ। ଏହି ଦୁଷ୍କର୍ମ ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ‘ସମ୍ବାଦ’ରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ଏପରି ସମ୍ବେଦନଶୀଳ ଘଟଣାକୁ ନେଇ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ଏସ୍ପି ଖୋଦ୍ ଏହି ତଦନ୍ତର ମଙ୍ଗ ଧରିଥିଲେ। ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ। ଯାହାର ସୁଫଳ ମିଳିବାକୁ ଯାଉଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟଯେ ଗତ ମାସ ୨୫ତାରିଖ ରାତିରୁ ନିଖୋଜ ଥିବା ପୀଡ଼ିତାଙ୍କ ଦୀର୍ଘ ପାଞ୍ଚ ଦିନ ପରେ ବାଘୁଆଷୋଳ ପାଣି ଟାଙ୍କି କୋଠରୀ ଭିତରେ ନିର୍ବସ୍ତ୍ର ଓ ମୂମୁର୍ସୁ ଅବସ୍ଥାରେ ସ୍ଥାନୀୟ ଲୋକ ପାଇଥିଲେ। ଗୁରୁତର ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ କଟକ ନିଆଯାଇଥିଲା। ମାତ୍ର ଚଳିତ ମାସ ୩ ତାରିଖରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ଦଫା ୩୬୩, ୩୪୨, ୩୭୬(୨), ୩୭୬(୩), ପୋକ୍ସୋ ଆକ୍ଟ୍ ଆଧାରରେ ରୁଜୁ ହୋଇଥିବା ମାମଲାରେ ପରେ ୩୦୨ ଦଫା ଯୋଡ଼ାଯାଇଥିଲା। ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ସୂଚନା ମିଳିଥିବା ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଏକାଧିକ ବ୍ୟକ୍ତିଙ୍କ ସାମିଲ ଜଣାପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବବୋଲି ପୁଲିସ ସୂଚନା ଦେଇଥିଲା। ଏହି ଘଟଣାରେ ସାମିଲ ସମସ୍ତଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଏସପି ଶ୍ରୀ ପରମାର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe