ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ମାଡ ମାରି ପୁଲିସରେ ଜିମାଦେଲେ

ବାଲିପାଟଣାରେ ଚାଞ୍ଚଲ୍ୟ: ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ

India TV News

ରାଉରକେଲା: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଜଣେ ଇଟା ତିଆରି ମିସ୍ତ୍ରୀକୁ ମହଙ୍ଗା ପଡିଛି। ବସ୍ତିବାସିନ୍ଦା ମିସ୍ତ୍ରୀକୁ ମାଡ ମାରି ପୁଲିସ ଜିମା ଦେଇଛନ୍ତି। ଏମିତି ଅଭାବନୀୟ ଘଟଣା ଘଟିଛି ପାନପୋଷ ବାଲୁଘାଟ ଅଞ୍ଚଳରେ। ରଘୁନାଥପାଲୀ ପୁଲିସ ଇଟା ତିଆରି ମିସ୍ତ୍ରୀ ଗୋବିନ୍ଦ ପ୍ରଧାନକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ନାବାଳିକା ବାପାଙ୍କ ଲିଖିତ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ ବାସନ୍ତି କଲୋନୀର ଗୋବିନ୍ଦ ପ୍ରଧାନ ପାନପୋଷ ବାଲୁଘାଟ ବସ୍ତିରେ ଜଣେ ଇଟା ତିଆରି ମିସ୍ତ୍ରୀଙ୍କ ପାଖରେ କାମ କରନ୍ତି। ଅଧିକାଂଶ ସମୟରେ ତାଙ୍କ ଘରେ ରହନ୍ତି। ଗତକାଲି କାମ ଫେରିବା ପରେ ବାସନ୍ତି କଲୋନୀ ଘରକୁ ନ ଫେରି କାମ କରୁଥିବା ବାଲୁଘାଟ ମିସ୍ତ୍ରୀଙ୍କ ଘରେ ରହିଥିଲେ। ଆଜି ଅପରାହ୍ନରେ ଇଟା ମିସ୍ତ୍ରୀଙ୍କ ୭ ବର୍ଷର ନାବାଳିକା ଝିଅ ଘର ଆଗରେ ଖେଳୁଥିଲେ।

publive-image

ଘରେ କେହି ନଥିବାର ସୁଯୋଗ ନେଇ ଗୋବିନ୍ଦ ଇଟା ମିସ୍ତ୍ରୀଙ୍କ ଝିଅକୁ ବସ୍ତି ନିକଟ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପ୍ରତିବାଦ କରିବାରୁ ଗୋବିନ୍ଦ ନାବାଳିକାର ତଣ୍ଟି ଚିପିବା ସହ ମାଡ ମାରିଥିଲେ। ନାବାଳିକା ଚିତ୍କାର କରିବାରୁ ବସ୍ତିବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦୁ ଧରି ମାଡ ମାରିବା ସହ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe