ମା’କୁ ଡାକିବାକୁ ଯାଇଥିବା ସମୟରେ ଦଳିତ ନାବାଳିକା ଗଣଦୁଷ୍କର୍ମ କରିଥିବା ୩ ଯୁବକ ଗିରଫ

Advertisment
ମା’କୁ ଡାକିବାକୁ ଯାଇଥିବା ସମୟରେ ଦଳିତ ନାବାଳିକା ଗଣଦୁଷ୍କର୍ମ କରିଥିବା ୩ ଯୁବକ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ଜଣେ ଦଳିତ ନାବାଳିକାକୁ ଗଣଦୁର୍ଷ୍କମ କରିଥିବା ଅଭିଯୋଗରେ ସୋମବାର ଗୋଳନ୍ଥରା ପୁଲିସ ତିନିଜଣ ଯୁବକକୁ ଗିରଫ କରି ନେଇଛି। ଦଳିତ ନାବାଳିକା ଜଣକ ତା’ର ମା’କୁ ଡାକିବାକୁ ଯାଉଥିବା ସମୟରେ ୩ଜଣ ଯୁବକ ତାକୁ ରାସ୍ତାରୁ ଉଠାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ପଡିଶା ଘରକୁ ଦଳିତ ପୀଡିତାର ମା’ ଯାଇଥିଲେ। ପୀଡିତା ତା’ର ମା’କୁ ଡାକିବାକୁ ଯାଇଥିଲା। ଏହି ସମୟରେ ତିିନିଜଣ ଯୁବକ ଉକ୍ତ ନାବାଳିକାର ପିଛା କରିଥିଲେ। ସେହି ସମୟରେ ରାସ୍ତାରେ କେହି ଆସୁ ନଥିବା ଦେଖି ସେମାନେ ନାବାଳିକାକୁ ଜୋରଜବରଦସ୍ତି ଉଠାଇ ନେଇଥିଲେ। ଏବଂ ଏକ ନିଛାଟିଆ ରାସ୍ତାରେ ଦୁଷ୍କର୍ମ କରିଥିଲେ। ପୀଡିତା ଘରେ ପହଞ୍ଚି ସମସ୍ତ ଘଟଣା ଜଣାଇବା ପରେ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଦୁଷ୍କର୍ମକାରୀଙ୍କୁ ଗୋଳନ୍ଥରା ପୁଲିସ ଗିରଫ କରି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe