ପୁଣି ଏକ ଦୁଷ୍କର୍ମ ଘଟଣା: କୋଣାର୍କ ଯୋଗେଶ୍ୱରପୁର ସ୍କୁଲ ପରିସରରୁ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର

Advertisment
ପୁଣି ଏକ ଦୁଷ୍କର୍ମ ଘଟଣା: କୋଣାର୍କ ଯୋଗେଶ୍ୱରପୁର ସ୍କୁଲ ପରିସରରୁ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର

କୋଣାର୍କ: ନାବାଳିକା ଦୁଷ୍କର୍ମକୁ ନେଇ ଆଇନ ଯେତେ କଠୋର ହେଲେ ମଧ୍ୟ ଏହି ମାମଲା ଥମିବାର ନାମ ନେଉ ନାହିଁ । ନିକଟରେ ରାଜ୍ୟର ୪ଟି ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ତେବେ ଗୁରୁବାର ନୟାହାଟ ଫାଣ୍ଡି ଅନ୍ତର୍ଗତ ଯୋଗେଶ୍ୱର ସ୍କୁଲ ପରିସରରେ ଜଣେ ୯ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଝିଅ ଅନେକ ସମୟ ହେବ ଘରକୁ ନ ଫେରିବାରୁ ପରିବାର ଲୋକ ଅନେକ ଖୋଜାଖୋଜି କରିଥିଲେ। ଏହାପରେ ଯୋଗେଶ୍ୱର ସ୍କୁଲ ପାଖରେ ଥିବା ଏକ ନିଛାଟିଆ ସ୍ଥାନରେ ଝିଅକୁ ଗୁରୁତର ଅବସ୍ଥାରେ ପରିବାର ଲୋକ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ଝିଅକୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇ ଯାଇଥିଲେ। ଡାକ୍ତର ନାବାଳିକା ସହିତ ଦୁଷ୍କର୍ମ ହୋଇଛି ବୋଲି କହିଥିଲେ। ତେବେ ଦୁଷ୍କର୍ମକାରୀ କିଏ ଓ କିଭଳି ଭାବେ ଝିଅ ସେହି ସ୍ଥାନକୁ ଗଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe