ନାବାଳିକାକୁ ଅପହରଣ କରି ୪ଦିନ ଧରି ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଫେରାର

Advertisment
ମହିଳା ରୋଗୀଙ୍କୁ ଆଇସିୟୁରେ ଦୁଷ୍କର୍ମ

ଜୟପୁର: ଜୟପୁର ସଦର ଅଞ୍ଚଳରୁ ଇରିଗେସନ୍ କୋଲନୀକୁ କାମ କରିବାକୁ ଆସୁଥିବା ୧୪ବର୍ଷିୟା ନାବାଳିକାକୁ ଅପହରଣ କରି ୪ଦିନ କାଳ ଦୁଷ୍କର୍ମ କରି ପରେ ଜୟପୁରରେ ଆଣି ଛାଡି ଦେଇ ଅପହରଣକାରୀ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଜୟପୁର ସଦରଥାନା ଅଞ୍ଚଳର ଜଣେ ନାବାଳିକା ଇରିଗେସନ କଲୋନୀ ଅଞ୍ଚଳକୁ କୁଲି କାମ କରିବାକୁ ଆସିଥିଲେ। ଇରିଗେସନ କଲୋନୀ ଅଞ୍ଚଳର ଡ୍ରାଇଭର ରାଜେଶ ଭାସ୍କର ନାବାଳିକା ସହ ପ୍ରେମସଂପର୍କ ସ୍ଥାପନ କରିଥିଲେ। ବିବାହ କରିବାର ମିତ୍ୟା ପ୍ରତିଶ୍ରୃତି ଦେଇ ନାବାଳିକାକୁ ଗତ ୧୨ତାରିଖ ଦିନ ଅପହରଣ କରି ନେଇଯାଇଥିଲେ। ଛତିଶଗଡର ଜଗଦଲପୁର ନେଇ ଜଣଙ୍କ ରୁମରେ ରଖିଥିଲେ।

ସେଠାରେ ରଖିବା ସମୟରେ ନାବାଳିକାର ଇଛା ବିରୋଧରେ ଅଭିଯୁକ୍ତ ରାଜେଶ ତାଙ୍କ ସହ ଶାରିରୀକ ସଂପର୍କ ସ୍ଥାପନ କରିଥିଲେ। ୧୬ତାରିଖ ପର୍ଯ୍ୟନ୍ତ ସେ ଦୁଷ୍କର୍ମ କରିବା ସହ ୧୬ତାରିଖ ଦିନ ନାବାଳିକାକୁ ପୁଣି ସାଙ୍ଗରେ ଆଣି ଇରିଗେସନ୍ କୋଲନୀରେ ଛାଡି ଫେରାର ହୋଇ ଯାଇଥିଲେ। ଆଜି ନାବାଳିକାର ପରିବାରବର୍ଗ ଏନେଇ ମହିଳା ଥାନାରେ ଅଭିଯୋଗ ଦେବା ପରେ ମହିଳା ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ ଓ ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ମିନାକ୍ଷୀ ଦଳବେହେରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe