ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ, ମାମଲା ରୁଜୁ

Advertisment
ପୂଜକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସୁନ୍ଦରଗଡ଼/ହେମଗିର: ହେମଗିର ଥାନା ଅଞ୍ଚଳର ଜଣେ ଅନୁସୂଚୀତ ଜାତିର ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଭିନ୍ନ ସମ୍ପ୍ରଦାୟର ଯୁବକ ନିଜ ପାଖରେ ରଖି ଦୁଷ୍କର୍ମ କରିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତଙ୍କ ନାମରେ ଭାରତୀୟ ଦଣ୍ଡବିଧି ଧାରା ୩୭୬,୫୦୬,୩୪ ସହ ଅନୁସୂଚୀତ ଜାତି ଓ ଜନଜାତି ନିର୍ଯାତନା ନିରୋଧ ଆଇନ, ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ନାବାଳିକାଙ୍କ ଅଭିଯୋଗ ଅନୁସାରେ, ୮ ବର୍ଷ ଧରି ସମ୍ପୃକ୍ତ ଯୁବକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲା। ତାକୁ ବିବାହ କରିବାକୁ କହିବାରୁ ଗତ ଜୁନ ୨୪ରେ ସୁନ୍ଦରଗଡ଼ କୋର୍ଟକୁ ନେଇଥିଲା। ସେଠାରେ ସତ୍ୟପାଠ ଜରିଆରେ ବିବାହ କରିଥିଲା। ଏହା ସହ ପଞ୍ଜିକୃତ ବିବାହ ପାଇଁ ଆବେଦନ କରି ଦୁହେଁ ଏକ ଗାଁରେ ସ୍ବାିମୀସ୍ତ୍ରୀ ଭାବେ ରହିଲେ। ଜୁନ ୨୯ ମଧ୍ୟାହ୍ନ ୧୨ଟାରେ ନାବାଳିକା ଓ ଯୁବକ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କ ଭାଇମାନେ ଏକ ବଲେରୋ, ବାଇକରେ ଆସି ଯୁବକଙ୍କୁ ନେଇ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କୁ ଛୁରୀ ଦେଖାଇ ଜୀବନରେ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ନାବାଳିକା ସେଦିନ ହେମଗିର ଥାନାରେ ଏତଲା ଦେବା ସହ ଏସପିଙ୍କୁ ଭେଟି ନ୍ୟାୟ ମାଗିଥିଲେ। ଏହା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe