ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

iStock

ସୋନପୁର: ଜଣେ ନାବାଳିକା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ସୁବର୍ଣ୍ଣପୁର ଏଡିଜେ ତଥା ସ୍ବତନ୍ତ୍ର ଜଜ୍ ପୂର୍ଣ୍ଣମା ଜେନା। ପ୍ରକାଶ ଯେ, ୨୦୨୦ ସେପ୍ଟେମ୍ବର ୨୨ ତାରିଖ ବୀରମହାରାଜପୁର ଥାନା ଭଜବଳପୁର ଗ୍ରାମର ସପନ କୁଅଁର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ନେଇ ଯାଇଥିଲା।

ପରେ ସମ୍ପର୍କୀୟଙ୍କ ଘରକୁ ନେଇ ନାବାଳିକାକୁ ସପନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ବୀରମହାରାଜପୁର ପୁଲିସ୍‌ ଏକ ମାମଲା ରୁଜୁକରି ସପନକୁ କୋର୍ଟଚାଲାଣ କରିଥିଲା। ଏହି ଘଟଣାରେ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ଏଡିଜେ ତଥା ସ୍ବତନ୍ତ୍ର ଜଜ୍ ପୂର୍ଣ୍ଣିମା ଜେନା ସପନକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ‌ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦଶରଥ ମାହାଣା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe