ଦୁଷ୍କର୍ମ ପୀଡ଼ିତା ନାବାଳିକା ନିଖୋଜ, ଥାନାରେ ଏତଲା

Advertisment
ଦୁଷ୍କର୍ମ ପୀଡ଼ିତା ନାବାଳିକା ନିଖୋଜ, ଥାନାରେ ଏତଲା

Representative image

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବହୁଚର୍ଚ୍ଚିତ ବୀରମିତ୍ରପୁର ଦୁଷ୍କର୍ମ ମାମଲାର ପୀଡ଼ିତା ନାବାଳିକା  ଛେଣ୍ଡସ୍ଥିତ ଶିଶୁ ଗ୍ରାମ ପାଚେରି ଡେଇଁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସୁରକ୍ଷା ଦୃଷ୍ଟିରୁ ସିଡବ୍ଲ୍ୟୁସି ପୀଡିତାଙ୍କୁ  ଶିଶୁ ଗ୍ରାମରେ ଜୁଲାଇ ୨୦ରେ ରଖାଇଥିଲା। ଶିଶୁ ଗ୍ରାମର ନିର୍ଦେଶକ ତପନ କୁମାର ସୁନା ଏ ସଂକ୍ରାନ୍ତରେ ଛେଣ୍ଡ ଥାନାରେରେ ଲିଖିତ ଏତଲା ଦେଇଛନ୍ତି। ପୀଡିତାଙ୍କୁ ଗଣଦୁଷ୍କର୍ମ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝି ଗିରଫ ହୋଇ ଜେଲରେ ଅଛନ୍ତି। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ବୀରମିତ୍ରପୁର ସିଏଚସିର ଜଣେ ଡାକ୍ତର ମଧ୍ୟ ଗିରଫ ହୋଇ ମଧ୍ୟ ଜେଲରେ ଅଛନ୍ତି। ଗତକାଲି ସଂଧ୍ୟାରୁ ପୀଡ଼ିତା ନିଖୋଜ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe