ଦୁଷ୍କର୍ମ ଫେରାର ଅଭିଯୁକ୍ତ ୯ମାସ ପରେ ଗିରଫ

Advertisment
ଜୁଆ ଆଡ଼ାରେ ଚଢ଼ଉ, ୪ ଗିରଫ

new indian express

ଜୟପୁର: ଜୟପୁର ସଦର ଥାନା ଅଂଚଳର ଜୈନେକା ଯୁବତୀଙ୍କୁ ନନ୍ଦପୁର ଥାନା ଅନ୍ତର୍ଗତ ପାଲିବା ଗାଁର ଲଛମନ ପାଙ୍ଗୀ ପ୍ରେମ ସଂପର୍କ ସ୍ଥାପନ କରି ବିବାହର ମିତ୍ୟା ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରି ଥିବା ମହିଳା ଥାନାରେ ଗତ ୨୦୨୩ମସିହା ମେ’ମାସ ୮ତାରିଖ ଦିନ ଅଭିଯୋଗ ହୋଇଥିଲା। ମହିଳା ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଅଭିଯୁକ୍ତକୁ ୯ମାସ ପରେ ଗିରଫ କରି ‌ଆଜି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ମହିଳା ଥାନା‌ ଅଧିକାରୀ ଅନିତା କୁଜୁର।

ମିଳିଥିବା ସୂଚନା ମୁତାବକ, ଜୟପୁର ସଦର ଥାନା ଅଂଚଳର ଜୈନେକା ଯୁବତୀ ପେଟେଇ ଗାଁରେ ଥିବା ନିଜ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ଲଛମନ ସହ ଦେଖା ହୋଇଥିଲା। ଏହା ପରେ ଅଭିଯୁକ୍ତ ଲଛମନ ପାଙ୍ଗୀ ପ୍ରେମ ସଂପର୍କ ସ୍ଥାପନ କରିଥିଲେ। ଯୁବତୀ ଜଣକ ପ୍ରସାଦରାଓ ପେଟାରେ ଭଡ଼ା ଘରେ ରହୁଥିଲେ। ସେଠାକୁ ଅଭିଯୁକ୍ତ ଲଛମନ୍ ଆସି ବିବାହ କରିବାର ମିତ୍ୟା ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ଇଛା ବିରୋଧରେ ବାରମ୍ବାର ଦୁଷ୍କର୍ମ  କରିଥିଲେ। ବାହା ହେବାକୁ କହିଲେ ଅଭିଯୁକ୍ତ ବାହାନା କରି ଆସୁଥିଲେଃ ଗତ ୨୦୨୩ମେ ୮ତାରିଖ ଦିନ ଅଭିଯୁକ୍ତ ଆଉ‌ ଗୋଟିଏ ଝିଅ ସହ ବାହା ହେଉଥିଲେ। ଏ ନେଇ ସୂଚନା ପାଇ ଯୁବତୀ ଜଣକ ମହିଳାଥାନାର ଦ୍ବାରସ୍ଥ ହୋଇଥିଲେ। ତତ୍କାଳୀନ ଥାନା ଅଧିକାରୀ ମମତା ପାଣିଗ୍ରାହୀ ସଦଳବଳ ସହ ଗାଁରେ ଚଢ଼ାଉ କରିଥିଲେ। ତେବେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ଜଣକ ଗାଁରେ ଥିବା ସୂଚନା ପାଇ ଥାନା ଅଧିକାରୀ ଅନିତା କୁଜୁର ସଦଳବଳ ସହ ଚଢ଼ାଉ କରି ଗିରଫ କରିଥିଲେ। ଆଜି ଅଭିଯୁକ୍ତକୁ କୋର୍ଟକୁ ଚାଳାଣ କରିଥିଲେ। କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତ ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇ ଦେଇଥିବା କହିଛନ୍ତି ମହିଳାଥାନା ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe