ନ‍ାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଦଣ୍ଡାଦେଶ

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଯାଜପୁର: ସ୍କୁଲ ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକ୍ସ ବିଚାରପତି ଜାନକୀ ବିଶ୍ୱାଳ। ୨୦୧୯ ଅକ୍ଟୋବର ୩୧ ତାରିଖରେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ଜୈନିକା ନାବାଳିକା ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଘରୁ ସ୍କୁଲକୁ ଯାଉଥିବା ସମୟରେ ବାଟରେ ପୂର୍ଣଚନ୍ଦ୍ର ମଲ୍ଲିକ ଛାତ୍ରୀକୁ ଉଠାଇ ନେଇ ନିଜ ଘରେ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏଥି ସହିତ ଯଦି ଏ ସମ୍ପର୍କରେ କାହାରିକୁ କିଛି କହିଲେ ନାବାଳିକାକୁ ହତ୍ୟା ଧମକ ଦେଇଥିଲା। ଏହି ମାମଲା ରେ ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିକ୍ତି କରି ପୂର୍ଣ୍ଣଚନ୍ଦ୍ରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ସରକାରୀ ଓକିଲ ରାଜୀବୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe