ଘରେ ପଶି ମଟର ଏବଂ ରାସନ ସାମଗ୍ରୀ ଚୋରି

Advertisment
ଘରେ ପଶି ମଟର ଏବଂ ରାସନ ସାମଗ୍ରୀ ଚୋରି

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳ ଏବେ ଚୋରଙ୍କ ଭୂସ୍ଵର୍ଗ ପାଲଟିଛି। ସ୍ଥାନୀୟ ପୁଲିସର ନିଷ୍କ୍ରୟତା ପାଇଁ ଚୋରି, ଲୁଟ, ରାହାଯାନୀ ବଢ଼ିବାରେ ଲାଗିଛି। ଫଳରେ ଅଞ୍ଚଳର ଜନସାଧାରଣ ନିଜକୁ ଅସୁରକ୍ଷିତ ମଣିଲେଣି। ପୁଲିସ ହାତରେ ସିସିଟିଭି ଫୁଟେଜ ଧରି ଅନ୍ଧାରରେ ବାଡ଼ି ବୁଲାଉଛି। ହେଲେ ଲୁଟେରାଙ୍କ ଟେର ପାଉନାହିଁ। ବିଗତ ଦିନରେ ହୋଇଥିବା ଗୋଟିଏ ବି ଚୋରି ଘଟଣାର ପୁଲିସ ପର୍ଦାଫାଶ କରିପାରି ନାହିଁ। ଚୋରି, ଲୁଟ, ରାହାଜାନୀ ନୀତି ଦିନିଆ ଘଟଣା ହୋଇଗଲାଣି। ମଙ୍ଗଳବାର ରାତି ଧାନହରା ବଜାରର ସତ୍ୟଵାଦୀ ସେନାପତିଙ୍କ ଘରୁ ଚୋରି ହୋଇଛି। ଚୋରର ଫଟୋ ସିସିଟିଭିରେ କଏଦ ହୋଇରହିଛି।

ପ୍ରକାଶ ଥାଉ କି, ସତ୍ୟଵାଦୀଙ୍କର ଧାନହରା ବଜାରରେ ବ୍ୟବସାୟ ଅଛି ଏବଂ ସେଠାରେ ପରିବାର ସହ ରହୁଛନ୍ତି। ଗତକାଲି ରାତି ପ୍ରାୟ ସାଢେ ୧୧ ଟାରେ ଜଣେ ଯୁବକ ଚୋରି ଉଦେଶ୍ୟରେ ତାଙ୍କ ଘର ତାଲା ଭାଙ୍ଗି ପଶିଥିଲା। ଚୋର ଜଣଙ୍କ ଜ୍ୟାକେଟ ପିନ୍ଧିଥିବା ବେଳେ ମୁହଁକୁ ମାସ୍କରେ ଢାଙ୍କି ରଖିଥିଲା। ଘରେ ଲାଗିଥିବା ପାଣି ମଟର ଏବଂ ୨୦ ହଜାର ଟଙ୍କା ମୂଲ୍ୟର ରାସନ ସାମଗ୍ରୀ ଚୋର ଲୁଟି ନେଇଛି। ଏହାକୁ ମିଶାଇ କିଛି ଦିନ ମଧ୍ୟରେ ତାଙ୍କ ଘରୁ ୩ ରୁ ୪ ଥର ଚୋରି ହେଲାଣି। ଏନେଇ ସତ୍ୟବାଦୀ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe