ଦରଦାମ ବୃଦ୍ଧି ଓ ଶ୍ରମିକ ମାରଣା ନୀତିର ପ୍ରତିବାଦ, କନ୍ଧମାଳରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆନ୍ଦୋଳନ 

Advertisment
ଦରଦାମ ବୃଦ୍ଧି ଓ ଶ୍ରମିକ ମାରଣା ନୀତିର ପ୍ରତିବାଦ, କନ୍ଧମାଳରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆନ୍ଦୋଳନ 

ଫୁଲବାଣୀ:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂଲ ନୀତି ଯୋଗୁ ଦେଶରେ ଦରଦାମ ହୁହୁ ହୋଇ ବଢି ଚାଲିଛି। ଏଥି ସହ ଶ୍ରମିକ ଓ କୃଷକଙ୍କ ସ୍ବାର୍ଥ ପ୍ରତି ଆଖି ବୁଜି ଦିଆଯାଉଛି। ଏହାକୁ ନେଇ ଆଜି କନ୍ଧମାଳରେ ରାଷ୍ଟୀୟ ମଜଦୁର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ସ୍ବରୂପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର,ପ୍ରବାସୀ ଓଡିଆଙ୍କୁ ବର୍ଷ ତମାମ କର୍ମନିଯୁକ୍ତି ଯୋଗାଇ ଦେବା,ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା,କୃଷି ଓ ଶ୍ରମ ଆଇନ ବାତିଲ କରିବା,ଠିକାରେ କାମ କରୁଥିବା ଶ୍ରମିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଦାବି ହୋଇଛି।

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସଭାପତି ତଥା ଏଆଇସିସି ସଦସ୍ୟ ଘନ କୁମାର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ଦୋଳନ ଓ ପ୍ରତିବାଦ କାର୍ୟ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ଅନାମ କୁମାର ନାୟକ,ବରିଷ୍ଠ ନେତା ବିଜୟ କୁମାର ମହାନ୍ତି,ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ୍ ପ୍ରଫୁଲ୍ଲ କୁମାର ବେହେରା,ଗଜେନ୍ଦ୍ର କହଁର,ପଞ୍ଚାନନ ପରିଡା,ପ୍ରତାପ କୁମାର ବେହେରା,ତ୍ରିନାଥ ବେହେରା,ଫିଲିପ ଦିଗାଲ,ସୁଦାମ ବେହେରା,ବବିତା କହଁର,ସତ୍ୟଭାମା କହଁର,ବୁଲୁ କହଁର,ବଳଦେବ ବେହେରା,ଗୌର ଚରଣ ବେହେରା,ହେମନ୍ତ କୁମାର କର,ପଞ୍ଚାନନ ସାହୁ,କମ୍ବୁପାଣି ନା୍ୟକ ପ୍ରମୁଖ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିକୁ ସମାଲୋଚନା କରିଥିଲେ।

ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନ ବଦଳାଇଲେ ଆଗାମୀ ଦିନରେ ସମଗ୍ର କନ୍ଧମାଳରେ ଶ୍ରମିକ ଓ କୃଷକ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ଶବର ଚେତାବନୀ ଦେଇଥିଲେ। ଶେଷରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡା.ବୃନ୍ଦା ଡିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe