୨ ବର୍ଷ ପରେ ଭକ୍ତଙ୍କ ସହ ଏକାକାର ହେଲେ ତିନି ଠାକୁର, ସୋନପୁରରେ ଜୁଲାଇ ୨ରେ ରଥଟଣା 

୨ ବର୍ଷ ପରେ ଭକ୍ତଙ୍କ ସହ ଏକାକାର ହେଲେ ତିନି ଠାକୁର, ସୋନପୁରରେ ଜୁଲାଇ ୨ରେ ରଥଟଣା 

ସୋନପୁର: ସୋନପୁରରେ ରଥଯାତ୍ରା ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଛି। କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ପରେ ଭକ୍ତଙ୍କ ସହ ଏକାକାର ହୋଇଛନ୍ତି ତିନି ଠାକୁର। ଆଜି ସନ୍ଧ୍ୟାରେ ଯଥା ରୀତି ପୂଜାର୍ଚ୍ଚନା ଏବଂ ପହଣ୍ଡି କରାଯାଇ ବଡ଼ ଜଗନ୍ନାଥ ମନ୍ଦିରର ତିନି ଠାକୁରଙ୍କୁ ରଥାରୂଢ କରାଯାଇଥିଲା। ସେହିପରି ଘୋଡ଼ାଘାଟପଡାସ୍ଥିତ ଦଧିବମାନ ଏବଂ ବଡ଼ବଜାର ସ୍ଥିତ ବୃନ୍ଦାବନ ବିହାରୀଙ୍କୁ ମଧ୍ୟ ଯଥା ରୀତି ପୂଜାର୍ଚ୍ଚନା ଏବଂ ପହଣ୍ଡି କରାଯାଇ ରଥାରୂଢ କରାଯାଇଛି। ଶନିବାର ରଥ ଟଣା ଯିବ। ଦୁଇ ବର୍ଷ ପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

publive-image Photo: Ratan Pattnaik

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe