ସମୀକ୍ଷା ବୈଠକରେ ଆଲୋଚନା: ରଥଯାତ୍ରାରେ ମୁତୟନ ହେବେ ୧୫୫ ପ୍ଲାଟୁନ ପୁଲିସ

Advertisment
ସମୀକ୍ଷା ବୈଠକରେ ଆଲୋଚନା: ରଥଯାତ୍ରାରେ ମୁତୟନ ହେବେ ୧୫୫ ପ୍ଲାଟୁନ ପୁଲିସ

ପୁରୀ: ଆସନ୍ତା ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୧୫୫ ପ୍ଲାଟୁନ ପୁଲିସ କର୍ମଚାରୀଙ୍କୁ ମୁତାୟନ କରାଯିବ। ରଥଯାତ୍ରା ପାଇଁ ଗୁରୁବାର ଆୟୋଜିତ ସମୀକ୍ଷା ବୈଠକରେ ଏହା ଆଲୋଚନା ହୋଇଛି। ରଥଯାତ୍ରାରେ କିଭଳି ରହିବ ସୁରକ୍ଷା ବ୍ୟବସ୍ଥା, ସେନେଇ ଆଜି ସମୀକ୍ଷା କରିଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ରଥଯାତ୍ରା ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବାତ୍ୟା ‘ଫନି’ରେ ଶ୍ରୀକ୍ଷେତ୍ର ଶ୍ରୀହୀନ ହୋଇପଡିଥିବା ବେଳେ ରଥଯାତ୍ରା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା। ଫନି ପାଇଁ ଅନେକ ସୁରକ୍ଷା ସମ୍ପର୍କିତ କାର୍ଯ୍ୟ ଆଗେଇ ପାରିନଥିବା ବେଳେ କିଭଳି ଏହାକୁ ତ୍ୱରାନ୍ଵିତ କରାଯିବ ସେନେଇ ଆଲୋଚନା ହୋଇଛି। ସିସିଟିଭି କ୍ୟାମେରା ଗୁଡିକ ବହୁତ କ୍ଷତି ହୋଇଥିବାରୁ, ଖୁବଶୀଘ୍ର ସେଗୁଡିକର ମରାମତି କରାଯାଇ କାର୍ଯ୍ୟରେ ଲଗାଯିବ ବୋଲି ପୁଲିସ ଡିଜି କହିଛନ୍ତି।

ସେହିପରି ହଜାର ହଜାର ପୁଲିସ କର୍ମଚାରୀ ରହିବା ନେଇ ସମସ୍ୟା ସମ୍ପର୍କରେ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଥିଲା। ପୁଲିସ ଫୋର୍ସ ଓ ଅଫିସର ରହୁଥିବା ବାତ୍ୟା କ୍ଷତିଗ୍ରସ୍ତ ଗୃହଗୁଡିକୁ ଯଥାଶୀଘ୍ର ମରାମତି କରିବାକୁ ସରକାରଙ୍କୁ କୁହାଯାଇଥିବା ପୁଲିସ ଡିଜି କହିଛନ୍ତି। ପୂର୍ବବର୍ଷ ଭଳି ଏଥର ମଧ୍ୟ ୧୫୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ରଥଯାତ୍ରା ସୁରକ୍ଷାରେ ନିୟୋଜିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe