ଦଶରଥପୁରରେ ରଥଯାତ୍ରା

ଦଶରଥପୁରରେ ରଥଯାତ୍ରା

ଦଶରଥପୁର: ଦଶରଥପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପବିତ୍ର ରଥ ଯାତ୍ରା ପାଳିତ ହୋଇଛି। ନାରିଗାଁ, କୁଟୁରିଆ, ସିଦ୍ଧେଶ୍ୱର, ମଲ୍ଲିକାପୁର, ବରହଟା, ଇଜାପୁର, ଝୁମ୍ପୁରୀ, ଖାନନଗର, ଛତ୍ରପଡ଼ା ଦଶରଥପୁର, ଖଣ୍ଡରା, ଥାଲକୁଡ଼ି, ତଳିହା, ରାମବାଗ, ପାରିପଦା, ଜୁନିଦା, ବିରଜାପୁରରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଳିତ ହୋଇଛି।

ଚନ୍ଦନ ଶ୍ରୀକ୍ଷେତ୍ର ନାରିଗାଁ ଜଗନ୍ନାଥ ମନ୍ଦିରରେ ପ୍ରାରମ୍ପରିକ ରୀତିନୀତି ଅନୁଯାୟୀ ରଥଯାତ୍ରା ହୋଇଛି। ମନ୍ଦିରର ମୁଖ୍ୟ ସେବାୟତ ରାମଚନ୍ଦ୍ର ଦାଶ ଓ ସହଯୋଗୀ ପ୍ରତ୍ୟୁଷରୁ ଶ୍ରୀ ବିଗ୍ରହମାନଙ୍କ ବିଶେଷ ପୂଜାର୍ଚ୍ଚନା କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ରଥାରୂଢ଼ କରାଯାଇଥିଲା। ପ​ରେ ଶତାଧିକ ଶ୍ରଦ୍ଧାଳୁ ରଥ ଟାଣି ମାଉସୀ ମା’ ମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ। ମନ୍ଦିର କମିଟି ମୁଖ୍ୟ ଶଶଧର ମେଦିନ ସିଂହ ମହାପାତ୍ର ଛେରାପହଁରା କରିଥିଲେ। କାର୍ଯ୍ୟକର୍ତ୍ତା ଘନଶ୍ୟାମ ରାୟ, ସୁବାସ ଚନ୍ଦ ରାଉତ, ଅକ୍ଷୟ କୁମାର ବଳ, ପ୍ରମୋଦ ସ୍ୱାଇଁ, ନରେନ୍ଦ୍ର କୁମାର ରାଉତ, ଜିତେନ୍ଦ୍ର ବିଶ୍ୱାଳ, ପ୍ରହଲ୍ଲାଦ ମଲ୍ଲିକ, ବିଜ୍ଞାନ ଗୁରୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ମଙ୍ଗଳପୁର ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।

ଖଣ୍ଡରା ସାହୁ ସାହି ପକ୍ଷରୁ ଅନୁଷ୍ଠିତ ରଥଯାତ୍ରା  ୭୬ ବର୍ଷରେ ପହଞ୍ଚିଛି। ଶତାଧିକ ମହିଳା ଓ ପୁରୁଷ ରଥ ଟାଣି ଖଣ୍ଡରା ଛକଠାରେ ଥିବା ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚାଇଥିଲେ। ସମାଜସେବୀ ସୁନୀଲ କୁମାର ରାଉତଙ୍କ ନେତୃତ୍ୱରେ ବହୁ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ପ୍ରଥମ ଥର ପାଇଁ ଥାଲକୁଡ଼ିଠାରେ ରଥଯାତ୍ରା ହୋଇଛି। ଥାଲକୁଡ଼ିଠାରୁ ମଙ୍ଗଳପୁର ବଜାର ପର୍ଯ୍ୟନ୍ତ ରଥକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe