ସଦ୍‌ଭାବନା କ୍ଷେତ୍ର ରେମେଣ୍ଡାରେ ରଥଯାତ୍ରା

ସଦ୍‌ଭାବନା କ୍ଷେତ୍ର ରେମେଣ୍ଡାରେ ରଥଯାତ୍ରା

ଇବ୍‌ଥର୍ମାଲ: ସଦଭାବନା ଶ୍ରୀକ୍ଷେତ୍ର ଭାବେ ପରିଚିତ ରେମେଣ୍ଡରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପହଣ୍ଡି କରି ଶ୍ରୀ ଜଗନ୍ନାଥଙ୍କୁ ରଥାରୂଢ଼ କରାଯାଇଥିଲା। ପରେ ପରମ୍ପରା ଅନୁଯାୟୀ ଗାଁ’ର ମୁସଲ୍‌ମାନ ଗୌନ୍ତିଆ ପରିବାରର ମହମ୍ମଦ ଅଖତର ଛେରାପହଁରା କରିଥିଲେ। ସୁବାସ ଶତପଥୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ଭକ୍ତମାନେ ଖମ୍ବେଶ୍ଵରୀ ମନ୍ଦିରରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ରଥ ଟାଣି ନେଇଥିଲେ। ପ୍ରକାଶଥାଉ କି ପୂର୍ବରୁ ସୁନାରୀ ଗ୍ରାମରୁ ଜଗନ୍ନାଥଙ୍କ ମୂର୍ତ୍ତି ଆଣି ପ୍ରତି ବର୍ଷ ଆଷାଢ଼ ପଞ୍ଚମୀରେ ଏଠାରେ ରଥଯାତ୍ରା କରାଯାଉଥିଲା।

ବର୍ତ୍ତମାନ ଗାଁ’ ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଥାୟୀ ମୂର୍ତ୍ତି ରହିଛି। କିନ୍ତୁ ପୁରୁଣା ପରମ୍ପରାକୁ ସମ୍ମାନ ଦେଇ ସେହି ଆଷାଢ଼ ପଞ୍ଚମୀ ତିଥିରେ ହିଁ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ସୂଚନାଯୋଗ୍ୟ, ୧୯୦୦ ମସିହାରୁ ତତ୍କାଳୀନ ଗୌନ୍ତିଆ ୱାରିସ ସାହେବଙ୍କ ଅମଳରୁ ଗୌନ୍ତିଆ ପରିବାର ତତ୍ତ୍ଵାବଧାନରେ ରଥଯାତ୍ର ପାଳିତ ହୋଇଆସୁଛି। ରେମଣ୍ଡା ଗାଁ ହିନ୍ଦୁବହୁଳ ହୋଇଥିଲେ ହେଁ ଏଠାରେ ଉଭୟ ହିନ୍ଦୁ ଓ ମୁସ୍‌ଲମାନ୍‌ ମିଶି ଏକାଠି ବିଭିନ୍ନ ପବି ପାଳନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe