ତୃତୀୟ ଶ୍ରୀକ୍ଷେତ୍ରରେ ଗଡ଼ିଲା ରଥ, ୫୦ ହଜାର ଭକ୍ତଙ୍କ ସମାବେଶ

Advertisment

ହରିବୋଲ ଓ ଶ୍ରୀଜଗନ୍ନାଥ ଧ୍ବନିରେ କମ୍ପିଲା ବଡ଼ଦାଣ୍ଡ

ହରିବୋଲ ଓ ଶ୍ରୀଜଗନ୍ନାଥ ଧ୍ବନିରେ କମ୍ପିଲା ବଡ଼ଦାଣ୍ଡ

ତୃତୀୟ ଶ୍ରୀକ୍ଷେତ୍ରରେ ଗଡ଼ିଲା ରଥ, ୫୦ ହଜାର ଭକ୍ତଙ୍କ ସମାବେଶ

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥଟଣା ଅନୁଷ୍ଠିତ ହୋଇଛି। ଗତକାଲି ଠାକୁରଙ୍କ ପହଣ୍ଡି ହୋଇଥିବା ବେଳେ ଆସନ୍ତାକାଲି ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବ। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ସନ୍ଧ୍ୟା ପ୍ରାୟ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା। ଝିପିଝିପି ବର୍ଷାରେ ଓଦା ହୋଇ ଶ୍ରଦ୍ଧାଳୁମାନେ ରଥକୁ ବିଭୋଗର ହୋଇ ଟାଣିଥିଲେ। ମହିଳାମାନଙ୍କର ସ୍ବତନ୍ତ୍ର ରଥ ଏବଂ ଶିଶୁମାନଙ୍କର ସ୍ବତନ୍ତ୍ର ରଥ ଟଣାଯାଇଥିଲା। ଏହି ସମୟରେ ଘଣ୍ଟଘଣ୍ଟା, ମାଦଳ, କୀର୍ତ୍ତନ, ଶଙ୍ଖ ସହ ହରିବୋଲ ଓ ଶ୍ରୀଜଗନ୍ନାଥ ଧ୍ବନିରେ ବଡ଼ଦାଣ୍ଡ, ଗଗନପବନ ପ୍ରକମ୍ପିତ ହୋଇଥିଲା।

ରଥ ପୋଷ୍ଟ ଅଫିସ୍‌ ସାମ୍ନାରେ ଅଟକିଥିଲା। ରଥଯାତ୍ରାରେ ୫୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆଜି ରଥଯାତ୍ରାରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ପୁଲିସ ଅଧୀକ୍ଷକ ସାଗରିକା ନାଥ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ଏନ୍‌ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ବିଜେପି ନେତା ଗଙ୍ଗାଧର ମିଶ୍ର ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ନୀଳଗିରି ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ରଥଟଣା ପରିଚାଳନା କରିଥିଲେ। ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ନୀଳଗିରି ପୁଲିସ ୧୦ ପ୍ଲାଟୁନ୍‌ ଫୋର୍ସ ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe