ପ୍ରଭୁ ଶ୍ରୀପ୍ରସନ୍ନମଣି ଦେବଙ୍କ ରଥଯାତ୍ରା

ପ୍ରଭୁ ଶ୍ରୀପ୍ରସନ୍ନମଣି ଦେବଙ୍କ ରଥଯାତ୍ରା

Sambad

ତିଗିରିଆ: ଗୁପ୍ତ ଶ୍ରୀକ୍ଷେତ୍ରର ମର୍ଯ୍ୟାଦା ବହନ କରୁଥିବା ନିଜିଗଡ଼ ପଞ୍ଚାୟତର ପ୍ରଭୁ ଶ୍ରୀପ୍ରସନ୍ନମଣି ଦେବଙ୍କ ପୀଠରେ  ଗୁଣ୍ଡିଚା ଅବସରରେ ସକାଳ ୫ଟାରେ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମଙ୍ଗଳ ଆଳତି, ରୋଷ ହୋମ, ସକାଳ ଅବକାଶ, ସୂର୍ଯ୍ୟ ପୂଜା, ଗୋପାଳ ବଲ୍ଲଭ, ଖଟଣୀ ଲାଗି, ସକାଳ ଧୂପ, ରଥ ପ୍ରତିଷ୍ଠା, ଚାରମାଳ ବନ୍ଧା, ମଙ୍ଗଳାରୋପଣ, ପାଟ ଡୋର ଲାଗି ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ରଥାରୁଢ଼ କରାଯାଇଥିଲା। ରାଜା ଶ୍ରୀଶ୍ରୀବୀରପ୍ରତାପ କ୍ଷତ୍ରିୟ ବୀରବର ଚମୁପତି ସିଂହମହାପାତ୍ର ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ମଧ୍ୟାହ୍ନ ଧୂପ, ଟେରାଫିଟା, ସନ୍ଧ୍ୟା ଆଳତି, ଆଜ୍ଞା ପଣା ଲାଗି ଓ ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହୋଇଥିଲା।

ଶେଷରେ ବଡ଼ସିଂହାର ଭୋଗ ନୀତି ସହ ଶ୍ରୀଜିଉଙ୍କ ରାତ୍ର ପହୁଡ଼ ଅନୁଷ୍ଠିତ ହେବ ବୋଲି ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ଲଳିତକୃଷ୍ଣ ଦାସ ସୂଚନା ଦେଇଛନ୍ତି। ଗୁପ୍ତ ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ଅନୁଯାୟୀ ଆସନ୍ତାକାଲି ରଥ ଉପରେ ଶ୍ରୀଜିଉଙ୍କ ବିଭିନ୍ନ ନୀତି ପରେ ଅପରାହ୍ଣରେ ରଥ ଟଣାଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଦାସ ପ୍ରକାଶ କରିଛନ୍ତି।  ଯାତ୍ରା ପରିଚାଳନାରେ ମନ୍ଦିର ବେଭାରୀ ତାରିଣୀପ୍ରସାଦ ପଟ୍ଟନାୟକଙ୍କ ସମେତ ସମସ୍ତ ପୂଜକ ଓ ସେବାସୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe