ଦଶହରା ପୂର୍ବରୁ ରାବଣକୁ ପୋଡ଼ିଦେଲେ!

ଦଶହରା ପୂର୍ବରୁ ରାବଣକୁ ପୋଡ଼ିଦେଲେ!

ଝାରସୁଗୁଡ଼ା: ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲ ପଡିଆରେ ରାବଣ ପୋଡ଼ିକୁ ନେଇ ବିବାଦ ଘନେଇବା ପରେ ଜିଲ୍ଲା ପ୍ରଶସନ କୌଣସି ବି ଗୋଷ୍ଠୀଙ୍କୁ ଉତ୍ସବ ପାଳନ ପାଇଁ ଅନୁମତି ଦେଇନି। କିନ୍ତୁ ପଡ଼ିଆ ଭିତରେ ଗୋଟିଏ କୋଣରେ ଟେଣ୍ଟ ବାନ୍ଧି ରାବଣ ତିଆରି ଚାଲିଥିଲା। ଆଜି ସନ୍ଧ୍ୟାରେ କୌଣସି କାରଣରୁ ଏହି ଟେଣ୍ଟ ହୁ ହୁ ହୋଇ ଜଳିବାକୁ ଲାଗିଥିଲା। ସୂଚନା ପାଇ ଝାରସୁଗୁଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିର୍ମାଣଧିନ ରାବଣର ମୁଣ୍ଡ ପୋଡ଼ି ଯାଇଥିବା ଜଣାପଡିଛି। ତେବେ ଏହା କେଉଁ ଗୋଷ୍ଠୀର ରାବଣ ଥିଲା ଓ ନିଆଁ କିଏ ଲଗାଇଲା ତାହା ସ୍ପଷ୍ଟ ହୋଇପାରିନାହିଁ। ଅପରପକ୍ଷେ ସାର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ଅଗ୍ନିଶମ ବିଭାଗ ଆଶଙ୍କା କରୁଛି।

ମନମୋହନ ଏମ୍‌ଇ ସ୍କୁଲ ପଡ଼ିଆରେ ଦୀର୍ଘ ୪୦ ବର୍ଷ ଧରି ଆୟୋଜନ ହୋଇ ଆସୁଥିବା ରାବଣ ପୋଡ଼ି ଉତ୍ସବର ଆୟୋଜନ ନେଇ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଘନେଇବା ପରେ ଜିଲ୍ଲା ପ୍ରଶାସନ କୌଣସି ବି ପକ୍ଷକୁ ଏହି ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ପାଇଁ ଅନୁମତି ପ୍ରଦାନ କରି ନଥିଲା। ପ୍ରଥମତଃ ବିଦ୍ୟାଳୟ ପରିସରରେ ଏହି ଉତ୍ସବ ହେବାକୁ ଯାଉଥିବା ବେଳେ ଦ୍ବିତୀୟତଃ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମନମୋହନ ଏମଇ ସ୍କୁଲ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଉଭୟ ରାବଣପୋଡ଼ି କମିଟିକୁ ଅନୁମତି ପ୍ରଦାନ କରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe