ରାୟଗଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଜିଲ୍ଲାପାଳ

Advertisment
ରାୟଗଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଜିଲ୍ଲାପାଳ

ରାୟଗଡ଼ା: ରବିବାର ଅପରାହ୍ନରେ ରାୟଗଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଜିଲ୍ଲାପାଳ ଆଜି ଅପରାହ୍ନରେ ରାୟଗଡ଼ା ବ୍ଳକ୍‌ର କୂରଲୀ ଗ୍ରାମକୁ ‘ପିଠା’ କାର୍ଯ୍ୟକ୍ରମକୁ ଯାଉଥିଲେ। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିବା କଥା କୁହାଯାଉଛି। ତେବେ ଦୁର୍ଘଟଣାପରେ ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ୍‌ ତାପସ କୁମାର ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଥିବା କଥା କୁହାଯାଉଛି। ସେ ଏବେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି।

publive-image

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଚାନ୍ଦିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଚାନ୍ଦିଲି ପୁଲିସ ଜବତ କରି ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ୍‌ ତାପସ କୁମାର ତାଙ୍କ ଗାଡ଼ିରେ ବସି ଯାଉଥିବା ସମୟରେ ଏକ ଟ୍ରକ୍‌ ଦ୍ରୁତଗତିରେ ଆସି ତାଙ୍କ ଡ୍ରାଇଭର ବସିଥିବା ପାର୍ଶ୍ୱକୁ ଧକ୍କା ଦେଇଥିଲା। ଡ୍ରାଇଭର ତୁରନ୍ତ ରାସ୍ତା ଉପରେ ଗାଡ଼ିକୁ ଅଟକାଇ ଦେଇଥିଲେ। ଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭର ଉଭୟ ସୁରକ୍ଷିତ ଥିବା ବେଳେ ଗାଡ଼ିର ଡ୍ରାଇଭର ବସିଥିବା ପାର୍ଶ୍ୱଟି ଟ୍ରକ୍‌ ଧକ୍କାରେ ଭିତରକୁ ପଶି ଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe