ତାମିଲନାଡ଼ୁରେ ଫସିଲେ ଗୁଣପୁର ଶ୍ରମିକ: ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ, ଭୋକ-ଉପାସରେ କଟୁଛି ଦିନ

Advertisment

ରାସନ ସାମଗ୍ରୀ ଯୋଗାଣ ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ନିବେଦନ

ରାସନ ସାମଗ୍ରୀ ଯୋଗାଣ ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ନିବେଦନ

ଓଡ଼ିଶାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଭଲରେ ରଖ: ଶ୍ରମ ସଚିବ

ରାୟଗଡ଼ା: ସରକାରୀ ସହାୟତା ବାବଦକୁ ଯାହା ମିଳିଥିଲା ସରିଗଲାଣି। ପାଖରେ ଟଙ୍କା, ପଇସା ବି ନାହିଁ। ଦୋକାନ, ବଜାର ବନ୍ଦ ରହୁଛି। ଯେଉଁ କିଛି ସମୟ ଖୋଲୁଛି, କିଣିବାକୁ ଗଲେ ପୁଲିସ୍ ପଚରା ଉଚରା କରି ପିଟୁଛି। ଭୟରେ ଘରୁ ବାହାରକୁ ଯାଇ ପାରୁନୁ। ଏପଟେ ଘରେ ଖାଇବାକୁ ନଥିବାରୁ  ଭୋକ ଉପାସରେ ଦିନ କଟୁଛି।

ତାମିଲନାଡ଼ୁର କୋଏମ୍ବାଟୁର, କାମଣ୍ଡାପଲାୟମ୍ ସମେତ ଅନ୍ୟ ଅଞ୍ଚଳରେ ତାଲାବନ୍ଦ ପାଇଁ ଫସି ରହିଥିବା ଗୁଣପୁର ଅଞ୍ଚଳର ଶ୍ରମିକମାନେ ଆଜି ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। କୋଏମ୍ବାଟୁର ପ୍ରଶାସନ ସହ ଯୋଗାଯୋଗ କରି ତୁରନ୍ତ ଖାଦ୍ୟ ଓ ରାସନ ସାମଗ୍ରୀ ପଠାଇବାକୁ ଶ୍ରମିକମାନେ ନେହୁରା ହୋଇଛନ୍ତି। ଶ୍ରମିକଙ୍କ ଏପରି ଦୁର୍ଦ୍ଦଶା ସଂପର୍କରେ ଅବଗତ ହେବା ପରେ ଜିଲ୍ଲା ପରିଷଦ ସଦସ୍ୟ ଅଶ୍ବିନୀ ଗମାଙ୍ଗ ଗୁଣପୁର ଉପଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦର ଓ ଅତିରିକ୍ତ ଶ୍ରମ କମିଶନର ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ କୋଏମ୍ବାଟୁର ପ୍ରଶାସନ ସହ ଆ‌ଲୋଚନା କରି ଶ୍ରମିକଙ୍କ ନିକଟରେ ସହାୟତା ପ୍ରଦାନ କରିବାକୁ ଉଭୟେ ପ୍ରତିଶ୍ରୁତି ଦେଇଛନ୍ତି।

ଗୁଣପୁର ଉପଖଣ୍ଡର ଗୁଣପୁର, ରାମନାଗୁଡା ବ୍ଲକର ଶହେରୁ ଉର୍ଧ୍ବ ଶ୍ରମିକ ବର୍ଷକ ତଳେ ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିଲେ। ଉକମ୍ବା, ଜଗନ୍ନାଥପୁର, କୁଲସିଂ, ସିରିଝିଲି ସମେତ ଆଖାପଖ ଗାଁର ୪୦ଟି ପରିବାରର ଏହି ଶ୍ରମିକମାନେ କୋଏମ୍ବାଟୁରର ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ପ୍ରକଳ୍ପରେ ଶ୍ରମିକ ଭାବେ କାମ କରୁଛନ୍ତି। ନିୟମିତ କାମ ଚାଲିଥିବା ବେଳେ କରୋନା ମୁକାବିଲା ଲାଗି ଭାରତରେ ଲକଡାଉନ୍ ଘୋଷଣା ହେବା ପରେ ଶ୍ରମିକମାନେ ଫସି ଯାଇଥିଲେ।

ଲକଡାଉନ୍ ସଂପର୍କରେ ଶ୍ରମିକମାନେ ଆଗୁଆ ସୂଚନା ପାଇ ପାରିନଥିଲେ। ସୂଚନା ପାଇବା ପରେ ଟ୍ରେନ୍ ଚଳାଚଳ ବନ୍ଦ ଯୋଗୁ ଗାଁକୁ ‌ନ ଫେରିପାରି ‌ଭୋକ ଉପାସରେ ପଡ଼ି ରହିଛନ୍ତି। କାମ ବନ୍ଦ ଯୋଗୁ ନିର୍ମାଣଧୀନ ପ୍ରକଳ୍ପ ନିକଟକୁ କଣ୍ଟ୍ରାକ୍ଟର କିମ୍ବା ସୁପରଭାଇଜର ଆସୁନଥିବାରୁ ମଜୁରି ବାବଦ ଟଙ୍କା ମିଳିପାରୁନି। ଦିନ ମଜୁରିଆ ଭାବେ ସମସ୍ତ ପରିବାର କାମ କରୁଥିବାରୁ ପାଖରେ ଟଙ୍କା ମଧ୍ୟ ନାହିଁ। ଲକଡାଉନ୍ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶ୍ରମିକ ପରିବାରକୁ କିଛି ସହାୟତା ମିଳିଥିଲା। ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ଯୋଗୁ ସରିଗଲାଣି। ଗତ ସପ୍ତାହେ ହେଲା ଶ୍ରମିକ ପରିବାର ଭୋକ ଉପାସରେ ଦିନ କାଟିବା ପରେ ଆଜି ଜିଲ୍ଲା ପରିଷଦ ସଦସ୍ୟ ଅଶ୍ବିନୀ ଗମାଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ଗମାଙ୍ଗ ତୁରନ୍ତ ଏ ସଂପର୍କରେ ଉପ ଜିଲ୍ଲାପାଳ ଓ ଶ୍ରମ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe