ମୃତ ଶିଶୁ ଅଦଳବଦଳ ନେଇ ମେଡିକାଲରେ ଉତ୍ତେଜନା: ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଜଳଜଳ

Advertisment
ମୃତ ଶିଶୁ ଅଦଳବଦଳ ନେଇ ମେଡିକାଲରେ ଉତ୍ତେଜନା: ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଜଳଜଳ

ରାୟଗଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳକୁ ନେଇ ଆସିଲା ବଡ଼ ଅଭିଯୋଗ। ଘଟଣାକୁ ନେଇ ପରିବାର ପକ୍ଷରୁ ମେଡିକାଲରେ ପାଟିତୁଣ୍ଡ କରିବା ସହ ଥାନାରେ ଅଭିଯୋଗ କରିବା ନେଇ ଧମକ ଦେଇଛନ୍ତି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର କୁମ୍ଭାରପୁଟ ଅଞ୍ଚଳରୁ ସୁନ୍ଦରୀ ହିମରିକା ଗର୍ଭଯନ୍ତ୍ରଣା ହେବାରୁ ଗତକାଲି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସୁନ୍ଦରୀ ହିମରିକାଙ୍କ ଅସ୍ତ୍ରୋପଚାର ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ନବତାତ କନ୍ୟାଟି ମୃତ ଜନ୍ମ ହୋଇଥିବା କହି ମେଡ଼ିକାଲ କର୍ତ୍ତୃପକ୍ଷ ମୃତ ନବଜାତକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରିବାର ବର୍ଗ ମୃତ ନବଜାତକୁ ପୋତି ଦେଇ ସତ୍କାର କରିବା ପରେ ତାଙ୍କ ଗାଁକୁ ଯିବା ନିମନ୍ତେ ବସଷ୍ଟାଣ୍ଡକୁ ଚାଲିଯାଇଥିଲେ। ପରେ ମେଡ଼ିକାଲ କର୍ତ୍ତୃପକ୍ଷ ସେମାନଙ୍କୁ ଖୋଜି ମେଡିକାଲକୁ ଡାକି ପୁଣି ଆଉ ଏକ ମୃତ ନବଜାତ ପୁତ୍ରକୁ ଆଣି ତୁମର କହି ଜୋର ଜବରଦସ୍ତ ନେବାକୁ ବାଧ୍ୟ କରିଥିଲେ। ଏଣୁ ପୁନର୍ବାର ପରିବାର ବର୍ଗ ସେ ମୃତ ପିଲାକୁ ନେଇ ପୋତିବା ସମୟରେ ସେଠାକୁ ଯାଇ ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କ ପାଖରୁ ଉକ୍ତ ପିଲା ତମର ନୁହେଁ କହି ଆଉଥରେ ତାଙ୍କ ନିକଟରୁ ଫେରେଇ ଆଣିଥିଲେ।

ସେହିପରି ଅନ୍ୟ ୱାର୍ଡରେ କାଶୀପୁର ବ୍ଲକ କଡିପାରି ପଞ୍ଚାୟତ ଯୋଗିପାରିତୁଣ୍ଡା ଗାଁର ମଲା ନାୟକ ନାମକ ଗର୍ଭବତୀ ଭର୍ତ୍ତି ହୋଇଥିଲେ। ସମାନ ସମୟର ସେ ଯାଆଁଳା ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଅବସ୍ଥା ଗୁରୁତର ଥିବାର ଦୁଇ ନବଜାତଙ୍କୁ ଏସଏସିୟୁରେ ରଖାଯାଇଥିଲା। କିନ୍ତୁ ଆଜି ଭୋର ସମୟରେ ଗୋଟିଏ ମୃତ ନବଜାତ ପୁତ୍ରକୁ ଆଣି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ତ୍ତୃପକ୍ଷ। ଏହାକୁ ନେଇ ପରିବାର ଲୋକେ ଚକିତ ହୋଇଥିଲେ। କେବେ ପିଲା ମଲା ଆମକୁ ସୂଚନା ନଦେଇ କେମିତି ମୃତ ସନ୍ତାନକୁ ଆମକୁ ଧରେଇ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ପରିବାର ଲୋକ। ମୃତ ନବଜାତ ଆମର ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପାଟିତୁଣ୍ଡ କରିବା ସହ ଥାନାରେ ଏତଲା ଦେବା ନିମନ୍ତେ ଧମକ ଦେଇଛନ୍ତି। ତେବେ ଏହି ସବୁ ଘଟଣାକୁ ଅନୁଧ୍ୟାନ କଲେ ମେଡିକାଲରେ କିପରି ପିଲା ଅଦଳବଦଳ କରି ଅବହେଳା କରୁଛି ତାହା ସ୍ପଷ୍ଟ ପ୍ରମାଣିତ ହେଉଛି। ରାତିରେ ଦୁଇଟି ମହିଳାଙ୍କ ଡେଲିଭେରି ହୋଇଥିଲା।ସେମାନଙ୍କୁ ଅଲଗା ଅଲଗା ୱାର୍ଡରେ ଡେଲିଭେରି କରାଇଥିଲେ ନର୍ସ। ଏନେଇ ମେଡିକାଲ ଏଡିଏମଓ ଡ.ମମତା ସାହୁ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷରୁ ଭୁଲ ହୋଇଥିବା ସ୍ବୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe