୯ଜଣ ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ

୯ଜଣ ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ

ରାୟଗଡା: ନଅଜଣ ହତ୍ୟାକାରୀଙ୍କୁ ଶେଷରେ ଆଜୀବନ ଜେଲ ଦଣ୍ଡ ମିଳିଛି । ଦୁଇବର୍ଷ ତଳର ଏକ ହତ୍ୟାକାଣ୍ଡର ବିଚାର କରି ଜିଲ୍ଲା ଦୌରା ଜର୍ଜ ସୋମଶେଖର ଜେନା ୯ଜଣ ହତ୍ୟାକାରୀଙ୍କୁ ଦଣ୍ଡ ଶୁଣାଇଛନ୍ତି ।

ରାୟଗଡ଼ା ଟିକିରି ଥାନା ଅନ୍ତର୍ଗତ ପୋଡକଣା ଗ୍ରାମର ଛେଳିଆ ମାଝୀ ହତ୍ୟାକାଣ୍ଡର ବିଚାର କରି ଜିଲ୍ଲା ଦୌରା ଜର୍ଜ ସୋମଶେଖର ଜେନା ଏହି ସଜା ଶୁଣାଇଛନ୍ତି । ଅଭିଯୁକ୍ତମାନେ ହେଲେ ପୋଡକଣା ଗ୍ରାମର ବାଲି ମଝୀ,ସନ୍ତୋଷ ମାଝୀ, ପତିଡି ମଝି, ନରୀ ମାଝୀ,କୁଶ ମାଝୀ, କୃଷ୍ଣ ମାଝୀ, ସଦା ମାଝୀ, ସାଲୁ ମାଝୀ ଓ କବି ମାଝୀ ।

publive-image

୨୦୧୭ ମସିହା ନଭେମ୍ବର ୩୦ ତାରିଖ ରାତି ୮ଟା ସମୟରେ ଛେଳିଆ ମାଝୀ ଘରେ ଥିଲେ। ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ଛେଳିଆ ମାଝୀଙ୍କୁ କଡିଗରଡା ଜଙ୍ଗଲକୁ ନେଇ ମାଡ ମାରିବା ସହ ମୁଣ୍ଡ ଗଣ୍ଡି ହାଣି ଅଲଗା କରି ହତ୍ୟା କରିଥିଲେ । ଜମିଜମା ବିବାଦକୁ ନେଇ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିଲା ବୋଲି ସ୍ଥାନୀୟଲୋକ ଓ ମୃତ ଛେଳିଆ ମାଝୀଙ୍କ ପରିବାରଲୋକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe