ପାରଦ ୯ ଡିଗ୍ରି ଖସିଲା: ଜାଡ଼ରେ ଥରୁଛି ରାୟଗଡ଼ା

Advertisment
ପାରଦ ୯ ଡିଗ୍ରି ଖସିଲା: ଜାଡ଼ରେ ଥରୁଛି ରାୟଗଡ଼ା

ରାୟଗଡ଼ା: ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି। ଏଥିରୁ ରାୟଗଡ଼ା ମଧ୍ୟ ବାଦ୍‌ ପଡ଼ିନାହିଁ। ଶୁକ୍ରବାର ସକାଳୁ ପାରଦ ୯ ଡିଗ୍ରି ପର୍ଯ୍ୟନ୍ତ ଖସୁଥିବା ବେଳେ ଲୋକେ ଶୀତର ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ବସୁଥିବା ବେଳେ ଲୋକେ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପରିଧାନ କରୁଥିବା ଦେଖିବାକୁ ମିଳିଛି। ଦିନ ତମାମ ଶୀତ ଲହରି କମିଥିଲେ ମଧ୍ୟ ଲୋକେ ଦେହରୁ ଶୀତବସ୍ତ୍ର କାଢୁନଥିବା ଦେଖିବାକୁ ମିଳିଛି। ସଂଧ୍ୟାହେଲେ ପୁଣି ଜାଡରେ ଥରୁଛି ରାୟଗଡା।

ବିଶେଷକରି ଗରିବ ଖଟିଖିଆ ଲୋକଙ୍କ ପାଇଁ ଶୀତ ଦାଉ ସାଧିଛି। ରାତିରେ ପ୍ରବଳ ଶୀତ ହେଉଥିବାରୁ ଲୋକେ ଶୋଇପାରୁନଥିବା ଦେଖିବାକୁ ମିଳିଛି। ରାତି ତମାମ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ସକାଳ ଓ ସଂଧ୍ୟାରେ ଲୋକେ ମୁଣ୍ଡରେ ଟୋପି, ହାତରେ ଗ୍ଲୋବ ସହ ଦେହରେ ଶୀତବସ୍ତ୍ର ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। ଆଗକୁକ ପାରଦ ଆହୁରି ତଳକୁ ଯିବ ବୋଲି କୁହାଯାଇଛି। ରାୟଗଡା ସହରରେ ବୁଲୁଥିବା ପାଗଳ ପାଗେଳି ଓ ଭିକାରୀଙ୍କ ଅବସ୍ଥା ନକହିବା ଭଲ।ରାତି ତମାମ ଶୀତରେ ଥରି ଥରି ବସି ରହୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ସକାଳୁ ସକାଳୁ ନିଆଁ ଲଗାଇ ପେପର ଧରି ପଢୁଥିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଶେଷକରି ବୟସ୍କ ଲୋକଙ୍କ ପାଇଁ ଏହି ଜାଡ ଆହୁରି କଷ୍ଟସାଧ୍ୟ ହୋଇଛି। ଜିଲ୍ଲାର ୧୧ଟି ବ୍ଲକରେ ଶୀତର ଲହରି ଜାରି ରହିଛି। ଲୋକଙ୍କୁ ଆହୁରି କିଛି ଦିନ ଏଭଳି ଶୀତକୁ ସମ୍ଭାଳିବାକୁ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe