ବଜ୍ରାପାତ ନେଲା ୩ଜଣଙ୍କ ଜୀବନ

Advertisment
ବଜ୍ରାପାତ ନେଲା ୩ଜଣଙ୍କ ଜୀବନ

ରାୟଗଡ଼ା/ଟିକିରି/ନନ୍ଦାହାଣ୍ଡି: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଆଳୁତୁମ୍ବା ଗାଁ ନିକଟ ପାହାଡ଼ରେ ରବିବାର ସନ୍ଧ୍ୟାରେ ବଜ୍ରାଘାତ ହୋଇ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଇଲାକାଟି ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଆହତଙ୍କୁ ମେଡିକାଲ ନେବାରେ ସମସ୍ୟା ଦେଖାଯାଇଥିଲା। ତେଣୁ ଡ଼ାକ୍ତରୀ ଦଳ ମଧ୍ୟ ଗାଁରେ ପହଞ୍ଚି ପାରିନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତର ଆଳୁତୁମ୍ବା ଗାଁ ନିକଟ ପାହାଡ଼ ଉପରେ ଚାଷ କରିବା ପାଇଁ ଡ଼ଙ୍ଗର ସଫା କରିବା ସମୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବର୍ଷା ହୋଇଥିଲା। ଫଳରେ ଡ଼ଙ୍ଗରରେ କାମ କରୁଥିବା ଦୁଇ ଭାଇ ମାନୁସିଂ ମାଝୀ(୨୭), ସୁବାସିଂ ମାଝୀ(୩୦) ନିକଟସ୍ଥ ଗଛ ତଳେ ଆଶ୍ରମ ନେଇଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଦୁହେଁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ସଂପର୍କୀୟ ସୁନାସିଂ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବଜ୍ରାଘାତ ସଂପର୍କରେ ଖବର ପାଇବା ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗାଁକୁ ଆଣିଥିଲେ। ଅପରପକ୍ଷରେ ଏହି ଗ୍ରାମ ମାଣ୍ଡିବିଶି ଗ୍ରାମରୁ ୧୮ କିମି ଦୂର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଥିବାରୁ ଆହତଙ୍କୁ ଭାର କରି ମାଣ୍ଡିବିଶି ଅଣାଯାଉଥିବା ଜଣାପଡ଼ିଛି। ପ୍ରଶାସନ ନିକଟରେ ଏସଂପର୍କରେ କୌଣସି ଖବର ନଥିବା କୁହାଯାଇଛି।
ସେହିପରି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ସରୁଗୁଡା ଗାଁ ନିକଟରେ ବିଜୁଳି ପଡି ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ୍ରା ଗ୍ରାମର ଦଶୁରୁ ଗୌଡ(୫୦) ନିଜ ସମ୍ପର୍କୀୟଙ୍କ ଘର ଖୁଣ୍ଟିଆ ଗ୍ରାମକୁ ଆସିଥିଲେ। ସେ ଖୁଣ୍ଟିଆରେ କାମ ସାରି ନିଜ ଗ୍ରାମକୁ ଅନ୍ୟ ୩ ଜଣଙ୍କ ସହ ମିଶି ଧୋଡ୍ରା ଫେରୁଥିଲେ। ତେବେ ରାସ୍ତାରେ ସଂଧ୍ୟା ପ୍ରାୟ ୫ଟା ବେଳେ ସରୁଗୁଡା ଗ୍ରାମ ନିକଟରେ ହଠାତ ବଜ୍ରାଘାତ ହୋଇଥିଲା। ଏଥିରେ ଦଶୁରୁ ଗୌଡଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe