ଅଗ୍ନିକାଣ୍ଡରେ ୫ଘର ନଷ୍ଟ

Advertisment
ଅଗ୍ନିକାଣ୍ଡରେ ୫ଘର ନଷ୍ଟ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଚାଲକାମ୍ବା ପଞ୍ଚାୟତ ଅନ୍ତର୍ଗତ ନୂଆକାଲମା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ଘର କ୍ଷତିଗ୍ରସ୍ତ ହୋଇଛି। ସଠିକ୍ ସମୟରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରୁ ଅଗ୍ନିକାଣ୍ଡରୁ ଅନ୍ୟ ଘର ଗୁଡିକ ବର୍ତିଯାଇଛି।
ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ୮ଟାରେ ନୂଆକାଲମା ଗ୍ରାମରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍ ଏହି ନିଆଁ ବ୍ୟାପିଯିବାରୁ ୩ଟି ଚାଳଛପର ଓ ୨ଟି ଟିଣ ଘର ନଷ୍ଟ ହୋଇଯାଇଥିଲା। ଖବର ପାଇ ସଙ୍ଗେସଙ୍ଗେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୁନ୍ଦରି ଶବର, ସିମେନ୍ତ୍ରୀ ପ୍ରଧାନ, ସହଦେବ ଶବର, ଜଗନ୍ନାଥ ଶବର ଓ ଉଷା ପ୍ରଧାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ସେହିପରି ୫ଟି ଘରେ ଥିବା ଆସବାବପତ୍ର, ଧାନ ଓ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଅନ୍ୟପଟେ ଚାଲକାମ୍ବା ଆର୍‌ଆଇ ସନ୍ତୋଷ କୁମାର ପଣ୍ଡା ଓ ଏଆରଆଇ ଅନୁପ କୁମାର ମାର୍ଥା ନୂଆକାଲମା ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe