୬୦ରୁ ଊର୍ଧ୍ବ ଥର ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ପ୍ରମୋଦା

Advertisment

ମହିଳାଙ୍କ ରେକର୍ଡ

ମହିଳାଙ୍କ ରେକର୍ଡ

୬୦ରୁ ଊର୍ଧ୍ବ ଥର ରକ୍ତଦାନ କରି  ଉଦାହରଣ ସୃଷ୍ଟି କଲେ ପ୍ରମୋଦା

ରାୟଗଡ଼ା: ଆଜି ବି ପୁରୁଷ ଲୋକ ରକ୍ତଦାନ କରିବାକୁ ମନରେ ଭୟ କରି ପଛଘୁଞ୍ଚା ଦେଉଥିବା ବେଳେ ଜଣେ ମହିଳା ମାତ୍ର ୨୫ ବର୍ଷରେ ୬୦ରୁ ଉର୍ଦ୍ଧ୍ବ ଥର ରକ୍ତଦାନ କରି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। କେବଳ ରେକର୍ଡ ସୃଷ୍ଟି କରିନାହାନ୍ତି ବରଂ ବିରଳ ଉଦାହରଣ ସୃଷ୍ଟି କରି ଅନ୍ୟଙ୍କୁ ପ୍ରେରଣା ଯୋଗାଇଛନ୍ତି। ପୁରୁଷଙ୍କ କ୍ଷେତ୍ରରେ ୧୦୦ରୁ ଉର୍ଦ୍ଧ୍ବ ଥର ରକ୍ତଦାନ କରିବା ଘଟଣା ନଜିର ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ବିରଳ। ମହିଳା ଜଣକ ହେଉଛନ୍ତି ରାମକୃଷ୍ଣ ନଗରରେ ରହୁଥିବା ନୀଳାଞ୍ଚଳ ପ୍ରେସ ମାଲିକ ଦିଗାମ୍ବର ଦାସଙ୍କ ଧର୍ମପତ୍ନୀ ପ୍ରମୋଦା ଦାସ। ସୁନାବେଡ଼ା ଏବିଏବି ହାଇସ୍କୁଲ ଏବ˚ କଲେଜରେ ଅଧୢୟନ ସମୟରେ ସ୍କାଉଟ ଓ ଚକ୍ଷୁ ଚିକିତ୍ସା ଶିବିର ଭଳି ସେବାମୂଳକ କାର୍ଯ୍ୟରେ ଯୋଗଦେଇ ରକ୍ତଦାନର ପ୍ରେରଣା ପାଇଛି ବୋଲି କହିଛନ୍ତି ପ୍ରମୋଦା । ରକ୍ତ ଅଭାବରୁ ଅନେକ ଗରିବ ଲୋକ ମୃତ୍ୟୁବରଣ କରୁଥିବା ଘଟଣା ଗଭୀର ଭାବେ ରେଖାପାତ କରିବାରୁ ପ୍ରମୋଦା ପ୍ରତି ବର୍ଷ ୩/୪ ଥର ସ୍ବେଚ୍ଛାକୃତ ଭାବେ ରକ୍ତଭଣାରକୁ ଯାଇ ରକ୍ତଦାନ କରି ଆସୁଛନ୍ତି। ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବାନାହିଁ’କୁ ସେ ସଂକଳ୍ପ ଭାବେ ଗ୍ରହଣ କରିଛନ୍ତି । ରକ୍ତଦାନ ପାଇଁ ପ୍ରମୋଦାଙ୍କୁ ଅନୁରୋଧ କରିବାକୁ ପଡେ଼ ନାହିଁ। ସେ ନିଜେ ସ୍ବେଚ୍ଛାକୃତ ଭାବେ ଆସି ରକ୍ତ ଭଣାର ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ରକ୍ତ ଦେଇଯାଆନ୍ତି ବୋଲି ରାୟଗଡ଼ା ରକ୍ତ ଭଣ୍ଡାରର ବୈଷୟିକ କର୍ମଚାରୀ ବି.କିଶୋର କୁମାର(ବେଣୁ) ପ୍ରକାଶ କରିଛନ୍ତି। ବୁଧୁବାର ଦିନ ପ୍ରମୋଦା ରାୟଗଡ଼ା ରକ୍ତ ଭଣ୍ଡାରରେ ରକ୍ତଦାନ କରି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ରକ୍ତଦାନ କରିଥିଲେ ବୋଲି ରକ୍ତଭଣ୍ଡାର ଅଧିକାରୀ ଡ଼ାକ୍ତର ପ୍ରଦୀପ୍ତ କୁମାର ସୁବୁଦ୍ଧି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe