ଜଳିଗଲା ୯ ଧାନଗଦା

Advertisment
ଅଟୋ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ଦାମୀ ଗାଡ଼ି ଉପରେ ପରିସ୍ରା କଲେ, ବିରୋଧ କରିବାରୁ ସୁରକ୍ଷା କର୍ମୀଙ୍କ ଦେହରେ ନିଆଁ ଲଗାଇ ଦେଲେ

ଟିକିରି: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ଗ୍ରାମର ଏକ ଖଳାରେ ନିଆଁ ଲାଗିଯିବାରୁ ୯ଟି ଧାନଗଦା ପୋଡି ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ସାନମାଟିକଣା ଗ୍ରାମର ମାଗତା ମାଝୀ ଓ ଟିଲ ମାଝୀ ନିଜ ଜମିରୁ ଧାନ ଅମଳ କରିବା ପରେ ଗାଁ ନିକଟସ୍ଥ ଏକ ଖଳାରେ ଧାନ ଗଦା କରି ରଖିଥିଲେ। ତେବେ ଆଜି ଅପରାହ୍ନରେ କୌଣସି କାରଣରୁ ହଠାତ୍ ଏହି ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଏନେଇ ଜାଣିବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ସମସ୍ତ ଧାନଗଦାର ପ୍ରାୟ ୫୦କ୍ବିଣ୍ଟାଲ ଧାନ ନଷ୍ଟ ହୋଇଥିବା ଜଣାପଡିଛି। ସମସ୍ତ ଧାନ ପୋଡି ନଷ୍ଟ ହୋଇଯିବା ପରେ ଉଭୟ ଚ‌ାଷୀ ପରିବାର ଚଳାଇବା ନେଇ ଚିନ୍ତାରେ ପଡିଛନ୍ତି। ଶୀଘ୍ର ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe