କଲ୍ୟାଣସିଂହପୁର: ସ୍ଵାଧୀନତାର ୭୭ ବର୍ଷ ପାଳନ ଶେଷ ହୋଇଗଲା। କିନ୍ତୁ ସର୍ବନିମ୍ନ ସୁବିଧା ଆଜିଯାଏ ଏମାନଙ୍କ ଭାଗ୍ୟରେ ଜୁଟି ପାରିଲା ନାହିଁ କି ସରକାର ଚେତିଲେ ନାହିଁ। ଗତ ୨୦୧୮ ମସିହାରେ ନାଗାବଳୀ ନଦୀରେ ବଢ଼ି ପାଣିରେ ଟିଉବ ମାଧ୍ୟମରେ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଆଜିଯାଏ ପୋଲ କି ଭଲ ରାସ୍ତା ଖଣ୍ଡିଏ ହୋଇ ପାରିଲା ନାହିଁ। ଏମିତି ଅନେକ ମହିଳା ଶିଶୁଙ୍କୁ ବୋହି ନେଇଛନ୍ତି। ରାୟଗଡ଼ା ଜିଲ୍ଲା ତଳସଜା ଗାଁରେ ଘଟିଛି ଏହି ଘଟଣା।
ପୁଣି ଆଜି ସକାଳେ ତଳସଜା ଗାଁର ଗର୍ଭବତୀ ମହିଳା ବିବି ମିଣିଆକାଙ୍କର ଗର୍ଭଯନ୍ତ୍ରଣା ହେବାରୁ ସେ ଛଟପଟ ହେଉଥିବା ପରିବାର ଲୋକେ ଦେଖିଥିଲେ। ପରେ ଗ୍ରାମର ଲୋକଙ୍କୁ କହିବା ପରେ ଏକ ଷ୍ଟ୍ରେଚରରେ ଦୁଇ କିମି ବୋହି ଆଣି ନାଗାବଳୀ ନଦୀ ପାର ହୋଇ ମୁଖ୍ୟ ରାସ୍ତାକୁ ନେବାପରେ ଆମ୍ବୁଲାନ୍ସ ଦ୍ଵାରା ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବର୍ତ୍ତମାନ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଭଲ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।
Follow Us