୩୨୬ ଜାତୀୟ ରାଜପଥ ମରାମତି ଦାବି: ଜେକେପୁରରେ ରାୟଗଡ଼ା ଜିଲ୍ଲା କଂଗ୍ରେସ ତରଫରୁ ୪ ଘଣ୍ଟିଆ ବନ୍ଦ

Advertisment
୩୨୬ ଜାତୀୟ ରାଜପଥ ମରାମତି ଦାବି: ଜେକେପୁରରେ ରାୟଗଡ଼ା ଜିଲ୍ଲା କଂଗ୍ରେସ ତରଫରୁ ୪ ଘଣ୍ଟିଆ ବନ୍ଦ

ରାୟଗଡ଼ା: ରାୟଗଡ଼ା ନିକଟସ୍ଥ ଜେକେପୁର ଠାରେ ଜିଲ୍ଲା କଂଗ୍ରେସ ତରଫରୁ ୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ୩୨୬ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ନା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁଛି ନା ପ୍ରଶାସନ ବିଭାଗକୁ ତାଗିଦ କରୁଛି। ଯାହାଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।ଜେକେପୁର ଠାରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ପ୍ରତିଦିନ ଏହି ଲୋକମାନେ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି। ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଟ୍ରକ ଯାତାୟାତ କରେ। ଏଥିସହ ସ୍ଥାନୀୟ ବ୍ୟବସାୟୀମାନେ ସେମାନଙ୍କ ଜିନିଷ ବଡ଼ ବଡ଼ ଗାଡ଼ିରେ ନେବାଆଣିବା କରନ୍ତି। ଏହି ରାସ୍ତା ଦେଇ ସ୍କୁଲ ପିଲାମାନେ ଯାତାୟତ କରନ୍ତି।

publive-image

ନାଗାବଳୀ ନଦୀ ଉପରେ ରହିଥିବା ପୋଲ ମଧ୍ୟ ଶୋଚନୀୟ ହୋଇପଡିଛି। ବାରମ୍ବାର ରାସ୍ତା ମରାମତି ନେଇ ଦାବି କରାଯାଉଥିଲେ ମଧ୍ୟ କାହାର ନିଘା ନଥିବା ଭଳି ମନେ ହେଉଛି। କଂଗ୍ରେସ ତରଫରୁ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୩୨୬ ଜାତୀୟ ରାଜପଥ ବନ୍ଦ କରି ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କରାଯାଇଛି। ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe