ଅଟୋ ଓଲଟି ୧୮ଜଣ ଆହତ

Advertisment
ଅଟୋ ଓଲଟି ୧୮ଜଣ ଆହତ

କାକିରିଗୁମ୍ମା/ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଥାନା ଅନ୍ତର୍ଗତ ଗୌଡଗୁଡା ସବ୍‌ଷ୍ଟେସନ ନିକଟରେ ଅଟୋ ଦୁର୍ଘଟଣା ଘଟି ୧୮ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଗତକାଲି ଖଜୁରୀପୁଟ ଗ୍ରାମରେ ଶିବରାତ୍ର ଅବସରରେ ନାଚ ଅନୁଷ୍ଠିତ ହୋଇଥିଲା। ନାଚ ଦେଖିବାକୁ ଦିଆସିଲ, ଡୁମୁରିପଦର ଏବଂ ରାଇସିଲ ଅଞ୍ଚଳର ଲୋକମାନେ ସେମାନଙ୍କ ବନ୍ଧୁବାନ୍ଧବ ଘରକୁ ଆସିଥିଲେ। ତେବେ ଆଜି ସେମାନେ ନିଜ ଗ୍ରାମକୁ ଫେରିବା ପାଇଁ ଏକ ଅଟୋରେ ସମସ୍ତେ ଚଢିଥିଲେ। ଗ୍ରାମରୁ କିଛି ଦୂର ଗଲା ପରେ ଗଡାଣିଆ ରାସ୍ତାରେ ଅଟୋ ଚାଳକ ଭାରସାମ୍ୟ ହରାଇବାରୁ ରାସ୍ତା ତଳକୁ ଖସି ପଡିଥିଲା। ଦୁର୍ଘଟଣା ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କାକିରିଗୁମ୍ମା ମେଡିକାଲରେ ଭର୍ତି କରିଥିଲେ। କିନ୍ତୁ ମେଡିକାଲରେ ଡାକ୍ତର ନଥିବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ୱାସ୍ଥ୍ୟ କର୍ମୀ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ତିନି ଜଣଙ୍କୁ ୧୦୮ ଆମ୍ବୁଲାନ୍‌ସରେ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe