ଅନ୍ଧବିଶ୍ୱାସର ଅଳନ୍ଦୁ! ଠେଙ୍ଗାରେ ପିଟି ପିଟି ହତ୍ୟା

Advertisment
ଅନ୍ଧବିଶ୍ୱାସର ଅଳନ୍ଦୁ! ଠେଙ୍ଗାରେ ପିଟି ପିଟି ହତ୍ୟା

photo by : dnaindia.com

ଟିକିରି/କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ ପଣସପଦର ଗ୍ରାମରେ ଗୁଣି ସନ୍ଦେହରେ ଏକ ହତ୍ୟାକାଣ୍ଡ ଘଟିଛି। ଖୁଡ଼ୀଙ୍କ ସାମ୍‌ନାରେ ୨ ପୁତୁରା ନିଜ ଦାଦା ଭରତ କୁମ୍ଭାରଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ପ୍ରମାଣ ନଷ୍ଟ କରିବାକୁ ଶବକୁ ପୋତି ଦେଇଛନ୍ତି।

ଘଟଣାର ଜଣେ ମାତ୍ର ପ୍ରତ୍ୟକ୍ଷଦର୍ଶୀ ତଥା ମୃତକଙ୍କ ପତ୍ନୀ ନାଗ ଏତେ ମାତ୍ରାରେ ଭୟଭୀତ ହୋଇ ରହିଥିଲେ ଯେ ଦୁଇ ଦିନ ଧରି ମୁହଁ ଖୋଲିବାକୁ ସାହସ କରିପାରି ନଥିଲେ। ବହୁ କଷ୍ଟରେ ବାହାରେ ରହୁଥିବା ପୁଅକୁ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅପରପକ୍ଷରେ ମୃତକଙ୍କ ପୁଅ ଟିକିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତ ମଙ୍ଗୁଳୁ କୁମ୍ଭାର ଓ ଅତର କୁମ୍ଭାର ଙ୍କୁ ଥାନାକୁ ନେଇ ପଚରାଉଚୁରା କରିଛି। ତବେ କେଉଁଠାରେ ଶବ ପୋତା ଯାଇଛି ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe