ଭୁବନେଶ୍ୱର : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀଧର କରଡାଙ୍କ ନେତୃତ୍ୱରେ ୭ଜଣ ସମିତି ସଭ୍ୟ ଏବଂ ୮ ଜଣ ସରପଞ୍ଚ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଏହି ନେତା, କର୍ମୀମାନଙ୍କୁ ସ୍ୱାଗତ କରି ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହି ମିଶ୍ରଣ ପର୍ବ ରାୟଗଡ଼ା ଜିଲ୍ଲା ବିଜେପିକୁ ଶକ୍ତ ଧକ୍କା ବୋଲି ବିବେଚନା କରାଯାଉଛି। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ, କଂଗ୍ରେସ ନେତୃବୃନ୍ଦ ଡ. ଯୁଧିଷ୍ଠିର ଜେନା, ଶୁଭେନ୍ଦୁ ମହାନ୍ତିି, ସନ୍ଧ୍ୟା ମହାପାତ୍ର, କିଶୋର ଜେନା, ଡ. ଲଲାଟେନ୍ଦୁ ମହାପାତ୍ର, ସୌଗତ ମହାନ୍ତି ଉପସ୍ଥିତ ଥିଲେ।
ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷ, ୭ ସମିତି ସଭ୍ୟ ଏବଂ ୮ସରପଞ୍ଚ କଂଗ୍ରେସରେ ମିଶିଲେ
Advertisment
Follow Us