ଆଜି କାଶୀପୁରରେ ଡିପଥେରିଆ ରୋଗ ପାଇଁ ବୁଷ୍ଟର ଡୋଜ

Advertisment
ଆଜି କାଶୀପୁରରେ ଡିପଥେରିଆ ରୋଗ ପାଇଁ ବୁଷ୍ଟର ଡୋଜ

ରାୟଗଡ଼ା: ଆଜି ରାୟଗଡ଼ା ଜିଲ୍ଲାର କାଶୀପୁରରେ ଡିପଥେରିଆ ରୋଗ ପାଇଁ ବୁଷ୍ଟର ଡୋଜ ଦିଆଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରୋଗ ବ୍ୟାପିଥିବା ମୁନୁଷପଦର ସହ କାଶୀପୁରର ୮୦ଟି ଗାଁରେ ଏହି ବୁଷ୍ଟର ଡୋଜ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତରାୟ।

ବୁଷ୍ଟର ଡୋଜ ଦିଆଯିବା ପାଇଁ ୩ଟି ବିଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ୦-୧ବର୍ଷ ମଧ୍ୟରେ ଶିଶୁଙ୍କୁ ପେଣ୍ଟା ଡୋଜ, ଦ୍ଵିତୀୟରେ ୧ରୁ ୭ ବର୍ଷ ମଧ୍ୟରେ ଶିଶୁଙ୍କୁ ଡିପିଟି ଡୋଜ ଓ ତୃତୀୟରେ ୭ରୁ ୧୫ବର୍ଷ ମଧ୍ୟରେ ଶିଶୁଙ୍କୁ ଟିଡି ଡୋଜ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ଏହି ରୋଗ ଅନ୍ୟ ଗାଁକୁ ଯେପରି ନ ବ୍ୟାପେ ସେଥିପ୍ରତି ଧ୍ୟାନ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ମୁନୁଷପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ବାକି ୬ଟି ଙ୍ଗାକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରାଯିବ ବୋଲି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe