ରାୟଗଡ଼ା : କ୍ରିକେଟ୍ ଖେଳିବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ନିର୍ଘାତ ପିଟିଲେ ଖେଳାଳି

Advertisment
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ମିଳିମିଶି ହାଣିଦେଲେ!

Times of India

ରାୟଗଡ଼ା : ଲକ୍‌ଡାଉନ୍ ସମୟରେ କ୍ରିକେଟ୍ ଖେଳିବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ନିର୍ଘାତ ପିଟିଛନ୍ତି ଖେଳାଳି। ଏପରି ଅଭବାନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ଭୈରବଗଡ଼ ଗ୍ରାମରେ। ସରପଞ୍ଚ ଦୀଗାମ୍ବର ସିକକାଙ୍କ ଏତଲା ପ୍ରକାରେ ପୁଲିସ୍ ମାମଲା ରୁଜୁ କରିବା ସହ ୨୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ସରପଞ୍ଚ ଦୀଗାମ୍ବର ହିକକା ପଞ୍ଚାୟତ କାର୍ଯ୍ୟାଳୟରୁ ଫେରୁଥିଲେ। ଏହି ସମୟରେ ଭୈରବଗଡ଼ ପଡ଼ିଆରେ ଯୁବକମାନେ କ୍ରିକେଟ୍ ଖେଳୁଥିଲେ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବା ସହ ସରକାର ଘରେ ରହିବାକୁ କଟକଣା ଜାରି କରିଥିବାରୁ ଖେଳ ବନ୍ଦ ଘରକୁ ଯିବା ପାଇଁ ସରପଞ୍ଚ କହିଥିଲେ। ସରପଞ୍ଚଙ୍କ ବାରଣ ସତ୍ତ୍ବେ ଖେଳାଳିମାନେ ଖେଳ ବନ୍ଦ ନ କରିବାରୁ ଏ ସଂପର୍କରେ ପୁଲିସକୁ ଜଣାଇବା ପାଇଁ ସରପଞ୍ଚ କହିଥିଲେ। ଖେଳାଳିମାନେ ଏଥିରେ ଉତ୍‌କ୍ଷିପ୍ତ ହୋଇ ସରପଞ୍ଚଙ୍କୁ ଆକ୍ରମଣ କରିଥିଲେ। ଖେଳାଳିଙ୍କ ଆକ୍ରମଣରେ ସରପଞ୍ଚ ଗୁରୁତର ଆହତ ହୋଇ ଅପରାହ୍ନ ୪ଟାରେ ମୁନିଗୁଡ଼ା ଥାନାରେ ଏତଲା ଦେବା ପରେ ପୁଲିସ୍ ଗ୍ରାମରେ ଚଢ଼ଉ କରି ୨୫ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe