ସାଇକଲକୁ ଧକ୍କା ଦେଲା ବାଇକ୍‌, ୩ଗୁରୁତର

Advertisment
ସାଇକଲକୁ ଧକ୍କା ଦେଲା ବାଇକ୍‌, ୩ଗୁରୁତର

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ନିକଟସ୍ଥ ବିଚିକୋଟ ଛକରେ ଏକ ବାଇକ୍‌ ଧକ୍କାରେ ୨ଜଣ ସାଇକଲ ଆରୋହୀଙ୍କ ସମେତ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରାମନାଗୁଡା ବ୍ଲକ ନୀଳକଣ୍ଠପୁର ଗ୍ରାମର ରଘୁନାଥ ଶବର ଆଜି ରାତିରେ ଏକ ବାଇକ୍‌ ଯୋଗେ ପଦ୍ମପୁରରୁ ନିଜ ଘରକୁ ଫେରୁଥିଲେ। ତେବେ ବିଚିକୋଟ ଛକରେ ହଠାତ୍‌ ଏକ ସାଇକଲକୁ ଏହି ବାଇକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସାଇକଲ ଆରୋହୀ ଉପର ଧାରାପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଶବର ଓ ରାମ ଶବର ଗୁରୁତର ହୋଇଥିଲେ। ଭାରସାମ୍ୟ ହରାଇ ବାଇକ୍‌ରୁ ପଡି ଯିବାରୁ ରଘୁନାଥ ମଧ୍ୟ ଗୁରୁତର ଆହତ ହୋଇଥିଲେ। ପରେ ବିଚିକୋଟ ଗ୍ରାମର ଆଦିତ୍ୟ ନାରାୟଣ ମିଶ୍ର, ଜ୍ଞାନ ରଂଜନ ମିଶ୍ର, ସୂର୍ଯ୍ୟ ନାରାୟଣ ମିଶ୍ର ପ୍ରମୁଖ ଗୁରୁତରଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତନ ନହେବାରୁ ସମସ୍ତଙ୍କୁ ଗୁଣପୁର ଉପଖଣ୍ଡ ଚିକିିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଡା. ସୌମ୍ୟ ରଂଜନ ପ୍ରତୀକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe