ନାଗବଳୀ ନଦୀରେ ନିଖୋଜ ନାବାଳକର ମୃତଦେହ ମିଳିଲା

ନାଗବଳୀ ନଦୀରେ ନିଖୋଜ ନାବାଳକର ମୃତଦେହ ମିଳିଲା

କଲ୍ୟାଣସିଂହପୁର: ଆଜି ସକାଳେ ନାଗବଳୀ ନଦୀରେ ମିଳିଛି ନିଖୋଜ ନାବାଳକର ମୃତଦେହ। କତାଗୁଡା ଗ୍ରାମ ନଦୀକୂଳରେ ନାବାଳକକୁ ଉଦ୍ଧାର କରାଯାଇଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକର କରପା ପଞ୍ଚାୟତ ଅନ୍ତର୍ଗତ କୃଷ୍ଣାପତ୍ର ଗୁଡା ଗ୍ରାମର ବୀରେନ୍ଦ୍ର ନିସିକାଙ୍କ ଦିନେଶ ନିସିକା(୫) ଗତକାଲି  ନାଗବଳୀ ନଦୀକୁ ଗାଧେଇବା ପାଇଁ ଯାଇ ନଦୀରେ ଭାସି ଯାଇଥିବାରୁ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା।ଗତକାଲି ସନ୍ଧ୍ୟାରେ ଚାରିଟା ବେଳେ ଦିନେଶ ସହ ମିଶି ଗ୍ରାମର ତିନି ଜଣ ସାଙ୍ଗ ସହ ନାଗବଳୀ ନଦୀକୁ ଗାଧେଇବାକୁ ଯାଇଥିଲେ। ତିନିଜଣ ସାଙ୍ଗ  ଗାଧେଇବାକୁ ପ୍ରସ୍ତୁତ ହୋଇଥିଲେ।ପ୍ରଥମେ ଦିନେଶ ନଦୀକୁ ଡେଇଁଥିଲା। ପାଣି ଅଧିକ ଥିବାରୁ ପହଁରି ପାରି ନଥିବା ଦେଖି ସାଙ୍ଗମାନେ ଡରି ଯାଇ ଆଉ ନଦୀକୁ ଡେଇଁ ନଥିଲେ।

ପରେ ଦୌଡ଼ି ଦୌଡ଼ି ଆସି ଗାଁ ଲୋକଙ୍କୁ କହିବା ପରେ ପରିବାର ଓ ଗ୍ରାମବାସୀମାନେ ନଦୀକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ପୁଅକୁ ପାଇ ନଥିଲେ।ପରେ ୧୧୨ ନମ୍ବରରେ ଗୋଟିଏ ଫୋନ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଆସିବାରୁ ଏସ ଆଇ ବଳରାମ ବେହେରାଙ୍କ ସହ ସମସ୍ତ କର୍ମଚାରୀ ଘଟଣାସ୍ଥଳକୁ ଯାଇ ବହୁତ ଖୋଜାଖୋଜି କରିଥିଲେ ବି ପାଇନଥିଲେ। ନାଗବଳୀ ନଦୀରେ ପାଣି ଅଧିକ ପ୍ରଖର ଥିବାରୁ ପୁଅ ନିଖୋଜ ହୋଇ ଯାଇଥିବା ଜଣାପଡିଛି।ପରେ ସ୍ଥାନୀୟ ପଲିସ ପହଞ୍ଚି  ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଏସମ୍ପର୍କରେ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ଘଟଣାସ୍ଥଳରେ ପହଞ୍ଚି ନଦୀ କୂଳେ କୂଳେ ଖୋଜାଖୋଜି କରିଥିଲେ ମଧ୍ୟରାତ୍ର ଯାଏ ମିଳି ନଥିଲା। ସକାଳୁ ପୁଣି ଖୋଜାଖୋଜି କରାଯିବା କତାଗୁଡା ଗ୍ରାମ ନଦୀକୂଳରେ ଦିନେଶର ମୃତଦେହ  ଉଦ୍ଧାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe