ମୃତ ନବଜାତ ଶିଶୁକୁ ରାସ୍ତାକଡ଼ରେ ଫିଙ୍ଗି ଦେଲେ

Advertisment
ମୃତ ନବଜାତ ଶିଶୁକୁ ରାସ୍ତାକଡ଼ରେ ଫିଙ୍ଗି ଦେଲେ

ରାୟଗଡ଼ା: ଆଜି ସକାଳୁ ରାୟଗଡ଼ା ବସଷ୍ଟାଣ୍ଡ ନିକଟରେ ଏକ ହୃଦୟସ୍ପର୍ଶୀ ଦୃଶ୍ୟ  ଦେଖିବାକୁ ମିଳିଥିଲା। ବସଷ୍ଟାଣ୍ଡକୁ ଲାଗି ଯାଇଥିବା ୩୨୬ ଜାତୀୟ ରାଜପଥ କଡ଼ରେ ପୋୖର ପରିଷଦ ପକ୍ଷରୁ ସଫେଇ କରାଯାଉଥିବା ବେକେ ଏକ ଜରି ବସ୍ତାରେ ନବଜାତ ମୃତ ଶିଶୁକୁ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଗତ ୧୬ ତାରିଖରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ କିଏ ଓ କାହିଁକି ମୃତ ଶିଶୁଟିକୁ ନ ପୋତି ରାସ୍ତାକଡ଼ରେ ଫିଙ୍ଗି ଦେଲା ତାହା ତଦନ୍ତ ସାପେକ୍ଷ।

ମେଡ଼ିକାଲ କର୍ତ୍ତୃପକ୍ଷ ମଧ୍ୟ କିପରି ଶିଶୁଟିକୁ ପରିବାରକୁ ଦେଇ ଚୁପ ରହିଲେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିଶୁଟିକୁ ସେମାନେ ପୋତିଲେ ନା ଫିଙ୍ଗିଦେଲେ ତାହା ନଜର ରଖିବା କଥା ବୋଲି ଚର୍ଚ୍ଚା ଜୋର ଧରିଛି। ମେଡିକାଲ ଟ୍ୟାଗ୍ ନ କାଢ଼ି ଶିଶୁଟିକୁ ଦେଇଦେଇ ଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe