ବିପଦ ସଂକୁଳ ଅବସ୍ଥାରେ ନାଗାବଳୀ ପୋଲ

Advertisment
ବିପଦ ସଂକୁଳ ଅବସ୍ଥାରେ ନାଗାବଳୀ ପୋଲ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲାଇଫ ଲାଇନ କୁହାଯାଉଥିବା ନାଗାବଳୀ ପୋଲ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଏହି ପୋଲ ୧୯୮୩ ମସିହାରେ ସ୍ୱାର୍ଗତ ବସନ୍ତ ବିଶ୍ୱାଳଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ସେହିଦିନ ଠାରୁ ବ୍ଲକବାସୀ ଏହି ପୋଲ ଉପରେ ନିର୍ଭର କରି ଆସୁଥିଲେ। ଦୀର୍ଘ ୩୫ବର୍ଷ ପରେ ବର୍ତମାନ ଏହି ପୋଲ ରକ୍ଷଣା ବେକ୍ଷଣ ଅଭାବରୁ ଦୟନୀୟ ଅବସ୍ଥାକୁ ଚାଲି ଆସିଛି। ମଝିରେ ମଝିରେ ପୂର୍ତ୍ତ ବିଭାଗ ସାମାନ୍ୟ ମରାମତି କରି ନିଜ ଦାୟିତ୍ୱ ସାରିଦେଉଛି।

ଗତ ବର୍ଷ ନାଗାବଳୀ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସି ପୋଲର ସୁରକ୍ଷା କାନ୍ଥ ଭାଙ୍ଗି ଦେଇଥିଲା। କିଛିଦିନ ତଳେ ତାହାକୁ ମରାମତି କରାଯାଇଥିଲା ଓ ରଙ୍ଗ ମାରିଥିଲା ବିଭାଗ। କିନ୍ତୁ ଶିବ ମନ୍ଦିର ନକଟରେ ଥିବା ପିଲରରେ ପାଣି ଆସି ମାଟି ଧୋଇ ଯିବାରୁ ବିପଦ ସଂକୁଳ ଅବସ୍ଥାରେ ରହିଛି। ବନ୍ୟାର ୧୧ମାସ ପରେ ମରାମତି ହୋଇ ନଥିବାରୁ ଆଗାମୀ ଦିନରେ ପ୍ରବଳ ବର୍ଷା ହେଲେ ଏହି ପୋଲ ଭୁଶୁଡି ଯିବ ବୋଲି କୁହାଯାଉଛି। ସେହିପରି ସୁରକ୍ଷା ନିମନ୍ତେ ପଥର ପ୍ୟାକିଂ କରିବା ଜରୁରି ହୋଇଛି। ଦୀର୍ଘ ବର୍ଷ ତଳର ଏହି ପୋଲର ସ୍ଥାୟିତ୍ୱକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେଣୁ ପୋଲ ଉପରେ ନିର୍ଭର କରୁଥିବା ଲୋକ ମରାମତି କରିବା ସହ ନୂତନ ପୋଲ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe