ନିଶାଦ୍ରବ୍ୟ ସେବନ, ଅବୈଧ ଚାଲାଣ ନିରୋଧ ଦିବସ

Advertisment
ନିଶାଦ୍ରବ୍ୟ ସେବନ, ଅବୈଧ ଚାଲାଣ ନିରୋଧ ଦିବସ

ରାୟଗଡା: ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ, କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ ରାୟଗଡାରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗଦେଇ ନିଜ ବକ୍ତବ୍ୟରେ ନିଶା ଦ୍ରବ୍ୟ ସେବନ ଦ୍ବାରା ସମାଜରେ ବିଶୃଂଖଳା ସୃଷ୍ଟି ହେଉଛି ବୋଲି କହିଥିଲେ। ଏହାକୁ ସମସ୍ତେ ମିଳିମିଶି ମୂଳ ଉତ୍ପାଟନ କରିବାର ଆବଶ୍ୟକତା ରହିଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ତଥା ନାଟ୍ୟକାର ଡ. ନରେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଇନଜୀବୀ ବ୍ରଜ ସୁନ୍ଦର ନାୟକ, ଡ. ଏଲ୍. ଏନ୍. ପୃଷ୍ଟି, ଡ. ଲକ୍ଷ୍ମୀ ନାରାୟଣ ସାହୁ, ସମାଜସେବୀ ଜୟରାମ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଅବକାରୀ ନୀରିକ୍ଷକ ଦିଲ୍ଲୀପ କୁମାର ଗୌଡ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସଂସ୍ଥା ମୁଖ୍ୟ ଭବାନୀ ନିଶାଦ୍ରବ୍ୟ ସେବନ କାରବାର ଓ ତାର ନିରାକରଣ ସଂପର୍କରେ ମତ ରଖିଥିଲେ। ଏହି ଅବସରରେ ଅନୁଷ୍ଠିତ ସଚେତନତା ରାଲି ଗଜପତି ଛକରୁ ବାହାରି ସଂସ୍କୃତି ଭବନରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ମହିଳା ମହାବିଦ୍ୟାଳୟ, ଏନସିସି ଛାତ୍ରଛାତ୍ରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଅଲ୍ଲୀ ନୁର୍, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe